ପାଇକମାଲ ଅଙ୍ଗନୱାଡି କେନ୍ଦ୍ରରେ ଯକ୍ଷ୍ମା ନିରାକରଣ ପାଇଁ ସଚେତନା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପାଇକମାଲ ବ୍ଲକ ମିଠାପାଲି ଅଙ୍ଗନୱାଡି କେନ୍ଦ୍ରର ଯକ୍ଷ୍ମା ନିରାକରଣ ଓ ଟିବି ହାରିବ ଓ ଦେଶ ଜିତିବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ସି. ଐଚ୍‌. ଓ ପ୍ରେମଚାନ୍ଦ ନାୟକଙ୍କ ନେତୃତ୍ୱରେ ଏକ ସଭା ଆୟୋଜନ କରାଯାଇଥିଲା । ଏହି ସଭାରେ କିପରି ଯକ୍ଷ୍ମା ନିରାକରଣ ଓ ଟିବି ହାରିବ ଦେଶ ଜିତିବ ସଚେତନା କରିଥିଲେ । ଏହାର ନିରାକରଣ, ସଚେତନା ଓ ଔଷଧ ସେବନ ସମ୍ଭବ ବୋଲି କହିଥିଲେ । ମିଠାପାଲି ଗାଁରେ ପରିକ୍ରମା କରି ଘରକୁ ଘର ଯାଇ ବୁଝାଇଥିଲେ । ଏହା ଦ୍ୱାରା ମିଠାପାଲି ଗ୍ରାମ ପଞ୍ଚାୟତର ଡୁଙ୍ଗୁରିପାଲି, କଟଙ୍ଗପାଲି, ବୁଟୁରାଖମା, ବିକ୍ରମନଗର, ଲଉଡମାଳ, ମାନଭଙ୍ଗ ଆଦି ଗ୍ରାମରେ ସଚେତନା କରି ବୁଝାଇ କହିଥିଲେ ।

Leave A Reply

Your email address will not be published.