oom

ମୋବାଇଲ୍ ବ୍ୟବହାରକୁ ନେଇ ନାରୀ ଶକ୍ତି ସଂଗଠନ ତରଫରୁ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (କେପିଏନ୍‌ଏସ୍‌) : ମୋବାଇଲ୍ ବ୍ୟବହାର ଦିନକୁ ଦିନ ପିଲା ମାନଙ୍କୁ ତାଙ୍କ ଦୈନନ୍ଦିନ ଜୀବନରେ ଅଳସୁଆ କରି ପକାଉଥିବା ବେଳେ ମାନସିକ ଚାପ ମଧ୍ୟ ସୃଷ୍ଟି କରୁଛି । ମୋବାଇଲର ଅପବ୍ୟବହାର ଯେପରି ନ କରିବେ, ଛାତ୍ରଛାତ୍ରୀମାନେ ନିହାତି ଜାଣିବା ଦରକାର । ସ୍ଥାନୀୟ କଲେଜଛକ ପ୍ରୋଜେକ୍ଟ କଲୋନୀ ବିଦ୍ୟାଳୟ, କନ୍ଧପାଲିପଡ଼ା ବିଦ୍ୟାଳୟ, ମେଘନାଦପଡ଼ା ବିଦ୍ୟାଳୟ, ଚିମିନିଭାଟି ବିଦ୍ୟାଳୟ, ବ୍ରାହ୍ମଣପଡ଼ା ବିଦ୍ୟାଳୟ, କଲେଜଛକ ସରସ୍ୱତୀ ଶିଶୁ ମନ୍ଦିର ଠାରେ ଛାତ୍ରଛାତ୍ରୀମାନେ ମୋବାଇଲ ବ୍ୟବହାର କିପରି କମ୍ କରିବେ, ଏହି ବିଷୟକୁ ନେଇ ନାରୀ ଶକ୍ତି ସଂଗଠନ ତରଫରୁ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ ହୋଇଯାଇଛି । ଜିଲ୍ଲା କାରାଗାରର ମାନସିକ ସ୍ୱାସ୍ଥ୍ୟ ବିଶେଷଜ୍ଞ ମିସ୍‌ ସୋନାଲି ଦାଶ ଛାତ୍ରଛାତ୍ରୀମାନଙ୍କୁ ଲାପ୍‌ଟପ୍‌, ପ୍ରୋଜେକ୍ଟର ମାଧ୍ୟମରେ ଏକ ଭିଡ଼ିଓ ଦେଖାଇ ବୁଝାଇଥିଲେ ଏବଂ ଏନ୍‌ଟରପ୍ରିନର୍‌ ଶ୍ରୀମତି ସ୍ନିଗ୍ଧାମୟୀ ମିଶ୍ର ମଧ୍ୟ ଏ ସଂପର୍କରେରେ ବୁଝାଇଥିଲେ । ଏହି କାର୍ଯ୍ୟକ୍ରମରେ ସଂଗଠନର ନୂତନ ସେନ୍ଦ୍ରିଆ, ଶ୍ରାବଣୀ ମେହେର, ଜଗଦମ୍ବା ନାୟକ, ମମତା, ନୂତନ ଦାସ ପ୍ରମୁଖ ସାମିଲ୍‌ ଥିଲେ ।

jittmm
Leave A Reply

Your email address will not be published.