ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ବ୍ଲକ୍ ଅନ୍ତର୍ଗତ କାଳୀପଲ୍ଲୀ ଗ୍ରାମ ପଞ୍ଚାୟତର କାଳୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟରେ ଆରମ୍ଭ ହୋଇଛି ଡେଙ୍ଗୁ ରୋଗର ସେଚେତନ କାର୍ଯ୍ୟକ୍ରମ । ବର୍ତ୍ତମାନ ଡେଙ୍ଗୁରୋଗ ଯେଉଁ ଭଳି ଭାବରେ ବ୍ୟାପକ ଭାବେ ବ୍ୟାପି ଚାଲିଛି ସେହି ଭୟାଭୟ ପରିସ୍ଥିତିରେ ଆଖି ଆଗରେ ରଖି ନିକଟସ୍ଥ ଦୀପକ ଫର୍ଟି-ଲାଇଜର ଏଣ୍ଡ ପେଟ୍ରୋ-କେମିକାଲ ଦ୍ଵାରା ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମ ଏବଂ ସଚେତନତା ରାଲି କରାଯାଇଛି । ଏଥିରେ ବ୍ରହ୍ମପୁର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର କାର୍ଯ୍ୟାଳୟ ତରଫରୁ ଏଣ୍ଟମୋଲୋଜେଷ୍ଟ
ସାଗରିକା ସାହୁ, ମ୍ୟୁନିସିପେଣ୍ଠ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ସୁପର୍ ଭାଇଜର ସୁଶାନ୍ତ ବାରିକ୍, ଭିବିଡି ସ୍ପେଶାଲିଷ୍ଟ ଆଦର୍ଶ ବର୍ମା ଯୋଗଦେଇ ଡେଙ୍ଗୁ ରୋଗର ପ୍ରାଦୁର୍ଭାବ ଏବଂ ତାହାର ନିରାକରଣ ସମ୍ପର୍କରେ ଆଲୋକପାତ କରିଥିଲେ । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ରୂପେ
ସିଟି ହସ୍ପିଟାଲ ବ୍ରହ୍ମପୁର ଡଃ.ରାଜେନ୍ଦ୍ର କୁମାର ମିଶ୍ର ଓ ସମ୍ମାନୀତ ଅତିଥି ରୂପେ କାଳୀପଲ୍ଲୀର ସରପଞ୍ଚ ପ୍ରତିନିଧି ଚନ୍ଦ୍ରମଣି ପାତ୍ର, କମିଟି ସଭାପତି ମୋହନ ପାତ୍ର, ଦୀପକ ଫର୍ଟିଲାଇଜର ଆରସିଏମ୍ ବିଜୟ ସଚ ଦେବ, କାଳୀପଲ୍ଲୀ ସିନିୟର୍ ମେନେଜର ଯୋଗ ଦେଇଥିଲେ । ଏଥିସହ ଦୀପକ ଫର୍ଟିଲାଇଜର୍ ସିନିୟର୍ ଜେନେରାଲ ମ୍ୟାନେଜର ରବୀନ୍ଦ୍ର କୁମାର ମହାନ୍ତି କାର୍ଯ୍ୟକ୍ରମକୁ ପରିଚଳନା କରିଥିଲେ । ଏଥିରେ ଛାତ୍ରଛାତ୍ରୀମାନଙ୍କ ଦ୍ଵାରା ଡେଙ୍ଗୁରୋଗ ସମ୍ବନ୍ଧୀୟ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା । ଏହି ପ୍ରତିଯୋଗିତାରେ କୃତି ଛାତ୍ରଛାତ୍ରୀମାନଙ୍କୁ ପୁରସ୍କୃତ କରାଯାଇଥିଲା । କାଳୀପଲ୍ଲୀ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ସୁମିତ୍ରା ନାୟକ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ । ଗ୍ରାମର ପ୍ରତିଟି ପାଣି ଜମାଥିବା ଜାଗା ମାନଙ୍କୁ ସଫା କରାଯାଇଥିଲା, ଡେଙ୍ଗୁ ମଶା ଲାର୍ଭାରୁ ମଶା ହେବା ନିମନ୍ତେ ସାତ ଦିନ ଲାଗିଥିବା ସମୟ ପର୍ଯ୍ୟାୟ ଭିତରେ ଜମା ଥିବା ପାଣିକୁ କେମିତି ନଷ୍ଟ କରାଯିବା ସହ ଲାର୍ଭାକୁ ନଷ୍ଟ କରିବାର ଉପାୟ ଆଲୋଚନା କରାଯାଇଥିଲା । ଏହି ଡେଙ୍ଗୁ ସଚେତନତା କାର୍ଯ୍ୟକ୍ରମରେ ଭାରତ କ୍ଲିନିକ୍ ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ପଣ୍ଡାଙ୍କ ସହ ବହୁ ଶିକ୍ଷକ ଓ ଶିକ୍ଷୟତ୍ରୀ ଏହି କାର୍ଯ୍ୟକ୍ରମକୁ ସଫଳ ମଣ୍ଡିତ କରିବାରେ ସହଯୋଗ କରିଥିଲେ ।