ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନାରୀ ଶକ୍ତି ଫାଉଣ୍ଡେସନର କାର୍ଯ୍ୟାଳୟ ପରିସରରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ଫାଇଲେରିଆ, ସ୍ଥନ କର୍କଟ, ଗର୍ଭାଶୟ କର୍କଟ, ସାନିଟାରି ପ୍ୟାଡର ସଠିକ୍‌ ବ୍ୟବହାର ଏବଂ ତାକୁ ନଷ୍ଟ କରିବାର ସଠିକ୍‌ ପ୍ରଣାଳୀ ଉପରେ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଡ. ଲକ୍ଷ୍ମୀପ୍ରିୟା ସେଠୀ(ହମିଓପାଥି ମେଡିକାଲ ଅଫିସର, ସରକାରୀ ହମିଓପାଥି ଡିପେନ୍‌ସନାରୀ, ଝାରଙ୍କରପାଲି, ବଲାଙ୍ଗିର) ଅତିଥି ଭାବରେ ଯୋଗ ଦେଇ ଉକ୍ତ ବିଷୟ ବସ୍ତୁ ଉପରେ ସଚେତନ କରାଇଥିଲେ ।

Leave A Reply

Your email address will not be published.