ରିଲାଏନ୍ସ ଫାଉଣ୍ଡେସନ ଓ କୁକୁଡାଖଣ୍ଡି ପ୍ରାଣୀ ବିକାଶ ବିଭାଗର ମିଳିତ ସହଯୋଗରେ ପ୍ରାଣୀଧନ ଯତ୍ନ ଉପରେ ସଚେତନତା କାର୍ଯ୍ୟକ୍ରମ

  • ଶୀତଦିନମାନଙ୍କରେ ପ୍ରାଣୀମାନଙ୍କର ସ୍ୱାସ୍ଥ୍ୟ ଓ ଖାଦ୍ୟପେୟ ସମ୍ବନ୍ଧୀୟ ପରିଚାଳନା ଉପରେ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର କୁକୁଡାଖଣ୍ଡି ବ୍ଲକ ଅନ୍ତର୍ଗତ ମହୁଡା ଗ୍ରାମ ପଞ୍ଚାଯତ ଅଧିନସ୍ଥ ମହୁଡା ଗ୍ରାମର ଭୈରବୀ ମନ୍ଦିର ପ୍ରାଙ୍ଗଣରେ ରିଲାଏନ୍ସ ଫାଉଣ୍ଡେସନ ଓ କୁକୁଡାଖଣ୍ଡି ପ୍ରାଣୀ ବିକାଶ ବିଭାଗର ମିଳିତ ସହଯୋଗରେ ଗୃହପାଳିତ ପ୍ରାଣୀମାନଙ୍କର ଲାଳନପାଳନ ଓ ରକ୍ଷଣାବେକ୍ଷଣ ନିମନ୍ତେ ଶୀତ ଦିନରେ କିପରି ଦାୟିତ୍ୱ ଓ ଯତ୍ନ ନିଆଯିବ ସେ ଦିଗରେ ବିହିତ ପଦକ୍ଷେପ ଉପରେ ଗୁରୁତ୍ୱାରୋପ କରାଯାଇଛି । ହିତାଧିକାରୀଙ୍କ ନିଜର ଗୃହ ପାଳିତ ପ୍ରାଣୀଧନ ଯଥା- ଦୁଧିଆଳୀ ଗାଈ, ଛେଳି ଓ କୁକୁଡାମାନଙ୍କର ଯତ୍ନ ନେଇ ପାରିବେ ସେହି ସମ୍ବନ୍ଧୀୟ ଏକ ମୋବାଇଲ ଅଡିଓ କନଫରେନ୍ସ ମାଧ୍ୟମରେ ବାର୍ତ୍ତାଳାପ କରାଯାଇ ସଚେତନତା ସୃଷ୍ଟି କରାଯାଇଛି । ଏହି କନଫରେନ୍ସ ମାଧ୍ୟମ କାର୍ଯ୍ୟକ୍ରମରେ କୁକୁଡାଖଣ୍ଡି ବ୍ଲକରୁ ଡାକ୍ତର ପୀତବାସ ସାହୁ, ବ୍ଲକ ପ୍ରାଣୀଧନ ଚିକିତ୍ସାଧିକାରୀ ଅଡିଓ କନଫରେନ୍ସ ମାଧ୍ୟମରେ ଗୃହପାଳିତ ପ୍ରାଣୀମାନଙ୍କର ଯତ୍ନ ଯଥା ଟୀକାକରଣ, ନିୟମିତ ଗୋବର ଓ କୃମି ପରୀକ୍ଷା, ଟିଙ୍କ, ଗର୍ଭ ଲେଉଟାଇବା, ସବୁ ଦିନିଆ ଘାସ ଚାଷ ସହିତ ପାଣିର ଆବଶ୍ୟକତା, ବର୍ତ୍ତମାନ ଦେଖାଯାଉଥିବା ଚର୍ମ ବିଣ୍ଡି ରୋଗ ପ୍ରତିକାର ଓ ପ୍ରତିଷେଧକ ବିଷୟରେ ସଚେତନତା କରିବା ସହିତ କୌଣସି ସମସ୍ୟା ସମ୍ବନ୍ଧରେ ବିଭାଗ ଅଧିକାରୀଙ୍କ ସହିତ ଯୋଗାଯୋଗ କରିବା ପାଇଁ ଅନୁରୋଧ କରିଥିଲେ । ଏଥିରେ ଫାଉଣ୍ଡେସନ ତରଫରୁ ପ୍ରଶାନ୍ତ ପଣ୍ଡା, ଜିଲ୍ଲା ସଂଯୋଜକ, କନଫରେନ୍ସ ମାଧ୍ୟମରେ ଫାଉଣ୍ଡେସନର ଅନ୍ୟାନ୍ୟ କାର୍ଯ୍ୟକ୍ରମ ଯଥା- ଟୋଲ ଫ୍ରି-ହେଲ୍ପଲାଇନ ନମ୍ବର ୧୮୦୦ ୪୧୯ ୮୮୦୦ ମାଧ୍ୟମରେ ଚାଷୀ ଭାଇ କୃଷି ଓ ଆନୁଷଙ୍ଗିକ କୃଷି ସମ୍ବନ୍ଧୀୟ ସମସ୍ତ ପରାମର୍ଶ ବିନାମୂଲ୍ୟରେ ଯୋଗାଯୋଗ କରି ପାରିବେ ବୋଲି କୁହାଯାଇଛି । ଏହି କାର୍ଯ୍ୟକ୍ରମଟିକୁ ମାନସ କୁମାର ବେହେରା, କାର୍ଯ୍ୟକ୍ରମ ସଂଯୋଜକଙ୍କ ସହିତ ମହୁଡା ଗ୍ରାମର ସଞ୍ଜୟ ସାହୁ, ସରପଞ୍ଚ, ମହୁଡା ଗ୍ରାମ ପଞ୍ଚାଯତ, ମନରଞ୍ଜନ ମଣ୍ଡଲ, ଶିଶିର କୁମାର ପ୍ରଧାନ ଓ ନାରାୟଣ ପ୍ରଧାନ ପ୍ରମୁଖ ପରିଚାଳନା କରିବାରେ ସକ୍ରୀୟ ସହଯୋଗ କରିଥିଲେ ।

Leave A Reply

Your email address will not be published.