oom

ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ

jsmm

କଳାହାଣ୍ଡି, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ମ.ରାମପୁର ରେଂଜ କାର୍ୟ୍ୟାଳୟଠାରେ ଆମ ଜଙ୍ଗଲ ଯୋଜନା ଓ କୋଭିଡ଼ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହେଇଯାଇଛି । ରେଂଜ ଅଧିକାରୀ ଅସିତ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ବନକର୍ମଚାରୀମାନଙ୍କୁ ଆମ ଜଙ୍ଗଲ ଯୋଜନା ସଂପର୍କରେ ସଚେତନ କରାଯିବା ସହିତ ବିଶ୍ୱମହାମାରୀ କରୋନାର ଦ୍ୱିତୀୟ ଲହର ଖୁବ ଭୟଙ୍କର ଭାବରେ ମାଡ଼ି ଆସୁଛି, ତେଣୁ ଆମକୁ ପୂର୍ଣ୍ଣ ମାତ୍ରାରେ ସଚେତନ ରହିବାକୁ ପଡ଼ିବ, ନିଜ ନିଜ ଭିତରେ ସାମାଜିକ ଦୂରତା ସହିତ ନିୟମିତ ମାସ୍କ ପରିଧାନ, ହାତ ସଫା ସହିତ ପରିବେଶ ସଫା ଏବଂ ଗହଳିଠାରୁ ଦୂରରେ ରହିବାକୁ ସମସ୍ତଙ୍କୁ ପରାମର୍ଶ ଦେବା ସହିତ ନିଜେ ନିଜେ ସଚେତନ ହେଇ ରହିବାର ବେଳ ଆସିଛି ବୋଲି କହିଥିଲେ । ଏଥିରେ ମ.ରାମପୁର ବନପାଳ ରମେଶ ଚନ୍ଦ୍ର ବାଗ, ଆମ ଜଙ୍ଗଲ ଯୋଜନାର ଦଳପତି ପ୍ରଦୀପ କୁମାର ସାହୁ ପ୍ରମୁଖ ବକ୍ତବ୍ୟ ରଖିଥିବା ବେଳେ ଅନ୍ୟମାନେ ସମସ୍ତ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ ।

jittmm
Leave A Reply

Your email address will not be published.