jayashree

ଜାତୀୟ କର୍କଟ ସଚେତନତା ଦିବସ ପାଳନ କଲା ସଂକଲ୍ପ ପରିବାର

ବରଗଡ଼, (ନିରୋଜ କୁମାର ପାଣୀ) : ଆଜି ନଭେମ୍ବର ୭ ତାରିଖ ଜାତୀୟ କର୍କଟ ସଚେତନତା ଦିବସ ଅବସରରେ ଜନସାଧାରଣଙ୍କୁ ସଚେତନତାର ବାର୍ତ୍ତା ଦେବା ପାଇଁ ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ କରିଥିଲା ବରଗଡ଼ ସାମାଜିକ ଅନୁଷ୍ଠାନ ସଂକଲ୍ପ ପରିବାର । କ୍ୟାନ୍ସର ରୋଗୀଙ୍କ ସଂଖ୍ୟାରେ ଭଟିଣ୍ଡା ଜିଲ୍ଲା ପରେ ସାରା ଦେଶରେ ଦ୍ବିତୀୟ ସ୍ଥାନରେ ରହିଛି ବରଗଡ଼ ଜିଲ୍ଲା । ଏହାକୁ ପ୍ରତିହତ କରିବା ପାଇଁ ସଚେତନତା ହିଁ ମୁଖ୍ୟ ଉପାୟ ବୋଲି ବିଶେସଜ୍ଞ ମାନେ ମତ ରଖିଛନ୍ତି । ଏଣୁ କ୍ୟାନ୍ସରର ଗଡ଼ ବରଗଡ଼ ଭାବେ ସାରା ରାଜ୍ୟ ଏବଂ ଦେଶରେ ଆଗୁଆ ଥିବା ଏହି କ୍ୟାନ୍ସର ରୋଗୀଙ୍କ ସଂଖ୍ୟାକୁ ହ୍ରାସ କରିବା ଉଦ୍ଦେଶ୍ୟରେ ଜନସାଧାରଣଙ୍କ ମନରେ ସଚେତନତା ସୃଷ୍ଟି କରିବା ଲକ୍ଷ ନେଇ ସଂକଲ୍ପ ପରିବାର ବରଗଡ଼ ତରଫରୁ ଆଜି ଏକ ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ସ୍ଥାନୀୟ ମିନି ଷ୍ଟେଡିୟମଠାରୁ ଏକ ସଚେତନତା ରେଲି ମାଧ୍ୟମରେ ବରଗଡ ସହର ପରିକ୍ରମା କରାଯାଇଥିଲା ଏବଂ ପରେ ମହିଳା ମହାବିଦ୍ୟାଳୟଠାରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ତେବେ ଆଜିର ଏହି ସଚେତନତା ରେଲିକୁ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ଏବଂ ବରଗଡ ଫାଇଟର୍ସ ଗୃଫର ସଦସ୍ୟା ଶ୍ରୀମତୀ ମିନତୀ ପତୀ ସବୁଜ ପତାକା ଦେଖାଇ ଆନୁଷ୍ଠାନିକ ଭାବରେ ଆରମ୍ଭ କରିଥିଲେ । ଏହି ରେଲିରେ ବରଗଡ ପଞ୍ଚାୟତ କଲେଜର ଏନ୍‌ସିସି ଛାତ୍ରଛାତ୍ରୀ, ବରଗଡ ଜର୍ଜ ହାଇସ୍କୁଲର ଏନ୍‌ନ୍‌ସିସି ଛାତ୍ର, ବରଗଡ଼ ଶିଶୁ ମନ୍ଦିରର ଏନ୍‌ସିସି ଛାତ୍ରଛାତ୍ରୀ, ବରଗଡ଼ ବିକାଶ ସ୍କୁଲର ଛାତ୍ରଛାତ୍ରୀ, ବରଗଡ଼ ମହିଳା ମହାବିଦ୍ୟାଳୟର ଛାତ୍ରୀମାନ ତଥା ଓରମାସ ଦ୍ୱାରା ପରିଚାଳିତ ହେଉଥିବା ଡିଡିୟୁଜିକେୱଇର ସ୍ୱାସ୍ଥ୍ୟ କ୍ଷେତ୍ରରେ ତାଲିମ ନେଉଥିବା ଛାତ୍ରୀଙ୍କ ସହିତ ପଶ୍ଚିମ ଓଡିଶା ଯୁବା ମଞ୍ଚ, ନିଷ୍ଠା ପରିବାର, ଲିଓ କ୍ଳବ ବରଗଡ଼, କୋଶଲ ସେନା, ୟୁନାଇଟେଡ଼ ଫୋରମ ଫର କେନ୍ସର ହସ୍ପିଟାଲ, ଫାଇଟର ଗ୍ରୁପ ତଥା ଫାଇଟର୍ସ ଅଶ୍ଵିନୀ ଦର୍ଜି, ସାମାଜିକ କର୍ମୀ ଭବାନୀ ସାହୁ, ଚାଷୀ ନେତା ରମେଶ ମହାପାତ୍ର, ବରିଷ୍ଠ ଆଇନଜୀବୀ ଲିପିସିତ ମିଶ୍ର ପ୍ରମୁଖଙ୍କ ସହିତ ଶତାଧିକ ସଚେତନ ନାଗରିକ ଆସି ଏହି ରେଳିରେ ଯୋଗଦାନ କରିଥିଲେ । ସକାଳ ୭ଟାରୁ ମିନି ଷ୍ଟେଡିୟମଠାରୁ ସଚେତନତା ରେଲି ବାହାରି ବରଗଡ଼ ସହର ପରିକ୍ରମା କରିଥିଲା ପରେ ସ୍ଥାନୀୟ ମହିଳା ମହାବିଦ୍ୟାଳୟଠାରେ ସଚେତନତା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଚେତନତା ସଭାରେ ବରଗଡ ବିଧାୟକ ଦେବେଶ ଆଚାର୍ଯ୍ୟ ମୁଖ୍ୟ ଅତିଥି ଭାବରେ ଯୋଗାଦାନ କରିଥିବା ବେଳେ ସମ୍ମାନିତ ଅତିଥି ଭାବରେ ବରଗଡ ବିକାଶ ମଲ୍ଟି ସ୍ପେଶିଆଲିଟି ହସ୍ପିଟାଲର ଅଙ୍କୋ ସର୍ଜନ (ଙଦ୍ଭମକ୍ଟ-ଗ୍ଦଙ୍କକ୍ସଶରଦ୍ଭ) ଡ଼ା. ଭରତଚନ୍ଦ୍ର ମିଶ୍ର, ବରଗଡ ଫାଇଟର୍ସ ଗୃପର ସଦସ୍ୟ ତଥା ଜିଲ୍ଲା ମୁଖ୍ୟ କୋଷାଗାରର ମୁଖ୍ୟ ଅଧିକାରିଣୀ ଶ୍ରୀମତୀ ମିନତୀ ପତି, ଡାକ୍ଟର ରାଜେଶ ତ୍ରିପାଠୀ ମଞ୍ଚାସୀନ ଥିଲେ । ସଂକଳ୍ପ ପରିବାରର ସଭାପତି ରୋହିତ ଜଶ୍ଵାଳ ସ୍ଵାଗତ ସମ୍ବର୍ଦ୍ଧନା ଦେଇଥିବା ବେଳେ ମହିଳା ମହା ବିଦ୍ୟାଳୟର ଇତିହାସ ପ୍ରାଧ୍ୟାପକ ସନ୍ତୋଷ ପଣ୍ଡା ସଭା ପରିଚାଳନା କରିଥିଲେ ଶେଷରେ ସଂକଳ୍ପ ପରିବାର ସଂଯୋଜକ ବିକାଶ ଅଗ୍ରୱାଲ ଧନ୍ୟବାଦ ଅର୍ପଣ କରିଥିଲେ । ତେବେ କେନ୍ସର ସରଭାଇଭର ଶ୍ରୀମତୀ ମିନତୀ ପତି ନିଜର ମତ ପ୍ରଦାନ କରିଥିଲେ । କେନ୍ସର ସରଭାଇଭର ଅନ୍ୟମାନଙ୍କ ପାଇଁ ଏକ ଆଶା ଏବଂ ପ୍ରେରଣାର ଉତ୍ସ ଅଟନ୍ତି ତଥା ଭବିଷ୍ୟତରେ କେନ୍ସର ରୋଗୀଙ୍କୁ ପ୍ରୋତ୍ସାହନ ସୁବିଧା ଉଚିତ ସ୍ଥାନରେ ଚିକିତ୍ସା ଓ ପ୍ରେରଣା ଯୋଗେଇବା ଫାଇଟର୍ସ ଗୃପର ଲକ୍ଷ୍ୟ । ତେବେ ବରଗଡରେ ଅନେକ ଗରିବ ଅସହାୟ ରୋଗୀଙ୍କ ସୁବିଧା ନିମନ୍ତେ କେନ୍ସର ହସ୍ପିଟାଲ ନିତାନ୍ତ ଆବଶ୍ୟକ ବୋଲି ନିଜର ମତ ରଖିଥିଲେ । ସେ ନିଜେ କେନ୍ସର ସରଭାଇଭର ହୋଇଥିବା ବେଳେ ନିଜର ଅଭିଜ୍ଞତା ଜଣାଇଥିଲେ ଏବଂ କେନ୍ସର ରୋଗର ଯଥା ଶୀଘ୍ର ଚିହ୍ନଟ ହେବା ନିହାତି ଜରୁରୀ ଅଟେ ଯାହା ବରଗଡ ଜିଲ୍ଲାରେ ତାହାର ସୁବିଧା ନାହିଁ । କେନ୍ସର ରୋଗର ଶୀଘ୍ର ଚିହ୍ନଟ ସହିତ ଶୀଘ୍ର ଚିକିତ୍ସା ପାଇଁ ବରଗଡରେ କେନ୍ସର ହସ୍ପିଟାଲ ନିହାତି ଆବଶ୍ୟକ ବୋଲି ମତ ରଖିଥିଲେ ଅନ୍ୟପଟେ କ୍ୟାନ୍ସର ରୋଗରେ ଆକ୍ରାନ୍ତ ହେବାପରେ ଧର୍ଯ୍ୟ ନ ହରାଇ ଦୃଢତାର ସହିତ ସଂଗ୍ରାମ ଜାରି ରଖିବା ପାଇଁ ଜନସାଧାରଣଙ୍କୁ ନିଜର ବାର୍ତା ଦେଇଥିଲେ । ଠିକ୍‌ ସେହିପରି ଡ଼ା. ଭରତ ଚନ୍ଦ୍ର ମିଶ୍ର ଆଜିର ସମୟରେ କେନ୍ସର ରୋଗ ବଢିବାର ମୁଖ୍ୟ କାରଣ ଆଜିର ପରିବର୍ତିତ ଜୀବନଶୈଳୀ ଏବଂ ପ୍ରତ୍ୟାଶୀ ଜୀବନ ଜାପନ ଶୈଳୀ । ପରିବର୍ତ୍ତିତ ଆଧୁନିକ ଖାଦ୍ୟ ଖାଇବା, ଅତ୍ୟଧିକ କୀଟନାଶକ ଓ ସାର ପ୍ରୟୋଗ ଦ୍ଵାରା ଖାଦ୍ୟ ବିଶ ହୋଇ ଶରୀରରେ ଜମାଟ ହୋଇ ରହୁଥିବା ବେଳେ ପରବର୍ତ୍ତୀ ସମୟରେ ଏହା କେନ୍ସରର କାରଣ ହୋଇଥାଏ । ଏପରିକି ବାୟୁ ପ୍ରଦୂଷଣ ଫୁସଫୁସ କେନ୍ସରର କାରଣ ମଧ୍ୟ । କେନ୍ସର ଦୂରାରୋଗ୍ୟରୁ ରକ୍ଷା ପାଇବା ପାଇଁ ଶୀଘ୍ର କେନ୍ସର ରୋଗର ଚିହ୍ନଟିକରଣ, ଶୀଘ୍ର ଚିକିତ୍ସା ସହିତ ବାରମ୍ବାର ବ୍ୟବଧାନରେ ରୋଗୀଙ୍କୁ ଚିକିତ୍ସା କରାଇବା ଜରୁରୀ ଅଟେ । ତେବେ ଫାଇଟର୍ସମାନଙ୍କ ପାଇଁ ସ୍ୱାସ୍ଥ୍ୟକର ଭୋଜନ, ସକାରାତ୍ମକ ଚିନ୍ତା ଧାରା, ନିୟମିତ ବ୍ୟାୟମ ଏବଂ ଅବହେଳା ନକରି ଚିକିତ୍ସା ଜାରି ରଖିବାକୁ ଉପଦେଶ ଦେଇଥିଲେ । ତେବେ ସେ ବରଗଡରେ ଏକ ଅତ୍ୟାଧୁନିକ କେନ୍ସର ହସ୍ପିଟାଲ ବା ରିସର୍ଚ ସେଣ୍ଟରର ଆବଶ୍ୟକତା ରହିଛି ବୋଲି ମତବ୍ୟକ୍ତ କରିଥିଲେ । ପରେ ମୁଖ୍ୟ ଅତିଥି ବରଗଡ଼ ବିଧାୟକ ଦେବେଶ ଆଚାର୍ଯ୍ୟ ରାଜନୈତିକ ସ୍ତରରେ ବରଗଡରେ କେନ୍ସର ହସ୍ପିଟାଲ ସ୍ଥାପନ ପାଇଁ ତାଙ୍କର ଉଦ୍ୟମ ଜାରି ରହିଥିବା ଜଣାଇଥିଲେ । ଆସନ୍ତା ୧୩ ତାରିଖରେ ମୁଖ୍ୟମନ୍ତ୍ରୀ ବରଗଡକୁ ଆସିବେ ଏବଂ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିଜେ ଆସି କେନ୍ସର ହସ୍ପିଟାଲ ନିର୍ମାଣ ପାଇଁ ଶୁଭ ଦେବାର କାର୍ଯ୍ୟକ୍ରମ ରହିଥିବା ବିଷୟରେ ଜଣାଇଥିଲେ । ତେବେ ରାଜନୀତିରୁ ଉର୍ଦ୍ଧ୍ବରେ ରହି ସ୍ୱାସ୍ଥ୍ୟ କ୍ଷେତ୍ରରେ ଏବଂ କେନ୍ସର ହସ୍ପିଟାଲ ନିର୍ମାଣ କାର୍ଯ୍ୟ କରିବା ତାଙ୍କର ଉଦ୍ୟେଶ ବୋଲି କହିଥିଲେ । କେବଳ ଜନ ପ୍ରତିନିଧି ନୁହେଁ ବରଗଡର ସନ୍ତାନ ଭାବରେ କେନ୍ସର ହସ୍ପିଟାଲ ସ୍ଥାପନ କରିବେ ବୋଲି ପ୍ରତିଶ୍ରୁତି ଦେଇଥିଲେ । ତେବେ ବରଗଡର ସ୍ଵେଚ୍ଛାସେବୀ ଅନୁଷ୍ଠାନ ସଂକଳ୍ପ ପରିବାର କାରୋନା ମହାମାରୀ ସମୟରେ କରିଥିବା ନିଃସ୍ଵାର୍ଥ ସମାଜସେବା ପରେ ଆଜି କେନ୍ସର ପିଡିତଙ୍କୁ ସେବା ଯୋଗେଇ ଦେବା ସହିତ ଆଜିର ଜାତୀୟ କର୍କଟ ସଚେତନତା ଦିବସକୁ ବହୁତ ସୁନ୍ଦର ଭାବରେ ପରିଚାଳନା କରିଥିବା ବିଷୟରେ ସମସ୍ତ ଅତିଥିଗଣ ମତ ରଖିଥିଲେ ।

Leave A Reply

Your email address will not be published.