oum

ପ୍ରାଥମିକ ଚିକିତ୍ସା ସଚେତନତା କାର୍ଯ୍ୟକ୍ରମ

jsm

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଆମେ ଦୈନନ୍ଦିନ ଜୀବନରେ ରାସ୍ତାରେ ଦୁର୍ଘଟଣାର ସମ୍ନା କରୁଛେ । ବର୍ଷକୁ ପାଖାପାଖି ୧୧ ହଜାର ଲୋକେ ଦୁର୍ଘଟଣାରେ ମୃତ୍ୟୁ ବରଣ କରୁଅଛନ୍ତି । ପ୍ରାଥମିକ ଚିକିତ୍ସା ତାଲିମ ଦାତା ବହୁ ସଂଖ୍ୟାରେ ପ୍ରସ୍ତୁତ କରାଗଲେ ଅମୂଲ୍ୟ ଜୀବନ ସୁରକ୍ଷିତ ରୁହନ୍ତା । ଏହି କଥାକୁ ଲକ୍ଷ୍ୟ ରଖି ଭାରତୀୟ ରେଡକ୍ରସର ଓଡିଶା ଶାଖା ୩୦ ଗୋଟି ଜିଲ୍ଲାରେ ଜୁନିଅର ରେଡକ୍ରସ ପରାମର୍ଶଦାତା ମାନଙ୍କୁ ଆବଶ୍ୟକୀୟ ପ୍ରାଥମିକ ଚିକିତ୍ସାରେ ତାଲିମ ପ୍ରଦାନ କରିବାର ବ୍ୟବସ୍ଥା କରିଅଛନ୍ତି । ୱେଷ୍ଟ୍‌ ଜୋନରୁ ସଫଳତାର ସହିତ ତାଲିମ ଗ୍ରହଣ କରିବା ପରେ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ସୁନାପାଲି ଅପ ଗ୍ରେଡେଡ ହାଇସ୍କୁଲର ପରାମର୍ଶଦାତ୍ରୀ ତଥା ଫାଷ୍ଟ ଏଡର୍‌ ସସ୍ମିତା ସାହୁ ନିଜ ବିଦ୍ୟାଳୟରେ ଛାତ୍ରଛାତ୍ରୀ ମାନଙ୍କୁ କୋଭିଡ-୧୯ ଗାଇଡଲାଇନ୍‌ ଅନୁପାଳନ ପୂର୍ବକ ପ୍ରାଥମିକ ଚିକିତ୍ସା ବିଷୟରେ ସଚେତନ ମୂଳକ ତାଲିମ ପ୍ରଦାନ କରିଅଛନ୍ତି । ଛାତ୍ରଛାତ୍ରୀମାନେ ପ୍ରାଥମିକ ଚିକିତ୍ସାର ଲକ୍ଷ୍ୟ, ଉଦ୍ଦେଶ୍ୟ, ରକ୍ତସ୍ରାବ, ବ୍ୟାଣ୍ଡେଜ, ରିକୋଭରି ପୋଜିସନ ଇତ୍ୟାଦି ବିଷୟରେ ଡେମୋନେଷ୍ଟ୍ରେସନ ମାଧ୍ୟମରେ ତାଲିମ ଗ୍ରହଣ କରିଥିଲେ । ସେମାନଙ୍କୁ ନିଜ ଘରେ ପରିବାର ସଦସ୍ୟ ଏବଂ ସାଙ୍ଗ ମାନଙ୍କୁ ଏହି ଜ୍ଞାନକୁ ଶିଖାଇବାକୁ ପ୍ରେରଣା ଦିଆଯାଇଥିଲା । ଜିଲ୍ଲା ଜୁନିଅର ରେଡକ୍ରସ ଅଫିସର ରବିଚନ୍ଦ୍ର ପଶାୟତ, ପ୍ରାଥମିକ ଚିକିତ୍ସା ଅଧ୍ୟାପକ ଲଲିତ ଭୋଇ, ଜିଲ୍ଲା ଜୁନିଅର ରେଡକ୍ରସ ସାଧନକର୍ମୀ ହୃଷିକେଶ ଡାଙ୍ଗ ପ୍ରମୁଖ କାର୍ଯ୍ୟକ୍ରମରେ ଯୋଗଦାନ କରି ଛାତ୍ରଛାତ୍ରୀ, ଶିକ୍ଷକ ଏବଂ ଶିକ୍ଷିକା ଏହି ପ୍ରାଥମିକ ଚକିତ୍ସା ସେବାର ଉପଯୋଗ କରି ସମାଜରେ ଲୋକ ମାନଙ୍କର ସେବା କରିବାକୁ ଆହ୍ୱାନ କରିଥିଲେ । ଜିଲ୍ଲା ଶିକ୍ଷା ଅଧିକାରୀ ଲକ୍ଷ୍ମଣ ଭୋଇ, ଭାଇସ୍‌ଚେୟାରମ୍ୟାନ ଗତିକୃଷ୍ଣ ମିଶ୍ର, ଜିଲ୍ଲା ସଂପାଦକ ହିମାଂଶୁ ଶେଖର କରଙ୍କ ମାର୍ଗଦର୍ଶନରେ କାର୍ଯ୍ୟକ୍ରମଟି ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ଶିକ୍ଷକ ମାନଭଂଜନ ସା, ପଂଚାନନ ମେହେର, ସହଦେବ ମେହେର, ମନୋଜ ପଧାନ, କିଶୋର ସେଠୀ, ମହେଶ ଭୋଇ, ଶିକ୍ଷୟିତ୍ରୀ ମଂଜୁଳତା ମିଶ୍ର, ରଶ୍ମିତା ମେହେର, ଦେବକୀ ବାଘ, ବୀଥିକା ଭୁଏ, ସାବିତ୍ରୀ ସାହୁ ପ୍ରମୁଖ ଉପସ୍ଥିତ ରହି ସହଯୋଗ କରିଥିଲେ । ଶେଷରେ ଶିକ୍ଷୟିତ୍ରୀ ଦେବକୀ ବାଘ ଧନ୍ୟବାଦ ଅର୍ପଣ କରିଥିଲେ । ରାଜ୍ୟ ଶାଖା ଜୁନିଅର ରେଡକ୍ରସ୍‌ ଅଫିସର ଲକ୍ଷ୍ମଣ ସ୍ୱାଇଁ ସୁବର୍ଣ୍ଣପୁର ଜିଲ୍ଲାରେ ପ୍ରାଥମିକ ଚିକିତ୍ସା ତାଲିମ ଦିଗରେ ଗ୍ରହଣ କରାଯାଇଥିବା କାର୍ଯ୍ୟକ୍ରମର ଭୂୟସୀ ପ୍ରଶଂସା କରିଥିଲେ ।

Leave A Reply

Your email address will not be published.