ଡେଲାଙ୍ଗରେ କରୋନା, ଡେଙ୍ଗୁ, ଡାଇରିଆ ସଚେତନତା କାର୍ଯ୍ୟକ୍ରମ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ବିଶ୍ୱ ମହାମାରୀ କରୋନା ଭୁତାଣୁ ସମଗ୍ର ବିଶ୍ୱକୁ କବଳିତ କରିଥିବା ବେଳେ କରୋନାର ପ୍ରଥମ ଏବଂ ଦ୍ୱିତୀୟ ଲହରୀରେ ବହୁ ଧନ ଜୀବନ କ୍ଷୟକ୍ଷତି କରିବା ସହ ଲୋକଙ୍କ ଜୀବନ ଜୀବିକା ବିକାଶ ଧାରାରେ ଘୋର ବ୍ୟାଘତ ସୃଷ୍ଟି କରିଛି । କରୋନାର ତୃତୀୟ ଲହରୀ ଓ ଡେଙ୍ଗୁର ଭୟବହତାକୁ ପ୍ରତିହତ କରିବା ପାଇଁ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ନେଇ ଡେଲାଙ୍ଗ ବ୍ଲକ କଲ୍ୟାଣପୁର ପଂଚାୟତର ସମସ୍ତ ଗାଁ କଲ୍ୟାଣ ସମିତି ମିଳିତ ଆନ୍ୟୁକୁଲ୍ୟରେ ଚକୁଳିପଣ୍ଡା ମାଧ୍ୟମରେ କରୋନା, ଡେଙ୍ଗୁ, ଡାଇରିଆ ସଚେତନତା ଅଭିଯାନ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ କଲ୍ୟାଣପୁର ପଂଚାୟତର କଲ୍ୟାଣପୁର, କରିମଲ, ସେବତୀପୁର ପଶ୍ଚିମପାରୀ, ହରିପୁର, ନୁଆହାଟ.ବାଲିହୁଙ୍କା, ଶିଶୁଆପଡା, ରାଢୁଅ ଆଦି ଗ୍ରାମଗୁଡିକରେ ଚକୁଳିଆ ପଣ୍ଡାମାନେ ଗାଁକୁ ଗାଁ ବୁଲି ନିଆର ଢଙ୍ଗରେ କରୋନା, ଡେଙ୍ଗୁ, ମେଲେରିଆ, ଡାଇରିଆ ଆଦି ରୋଗ ସମ୍ପର୍କରେ ସଚେତନତା କରିବା ଏହାର ପ୍ରତିକାର, ନିରାକରଣ, ପ୍ରତିରୋଧକ ଉପରେ ଜନ ସଚେତନତା ବାର୍ତା ଦେଇଥିଲେ । ଏହି ସଚେତନତା ଅଭିଯାନକୁ, ସ୍ୱାସ୍ଥ୍ୟକର୍ମୀ ଗୀତାଞ୍ଜଳି ମହାନ୍ତି, ଅଙ୍ଗେନୱାଡି କର୍ମୀ ରଶ୍ମିରେଖା ବିଶ୍ୱାଳ, ଡଲି ସ୍ୱାଇଁ, ଗୀତାଞ୍ଜଳି ଜେନା, ରଞ୍ଜିତା ରାଉତରାୟ, ଟୁନିଲତା ସାହୁ, ଅର୍ଚ୍ଚନା ମାହାରଣା ପ୍ରମୁଖ ଏହାକୁ ପରିଚାଳନା କରିଥିବା ସମସ୍ତ ଆଶାକର୍ମୀ ଓ ୱାର୍ଡ ସଭ୍ୟମାନେ ସହଯୋଗ କରିଥିଲେ । ଏହି ଲୋକପ୍ରିୟ ସଚେତନତା ପାଇଁ ବିଭିନ୍ନ ଗ୍ରାମରେ ଜନସାଧ।।ରଣ ଭୁୟସୀ ପ୍ରଶଂସା କରିଥିଲେ ।

jittmm
Leave A Reply

Your email address will not be published.