jayashree

ଗାଁ କଲ୍ୟାଣ ସମିତି ଜରିଆରେ କରୋନା ସଚେତନତା ଅଭିଯାନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବୁକୁରାମୁଣ୍ଡା ଗାଁ କଲ୍ୟାଣ ସମିତି ଆନୁକୁଲ୍ୟରେ ଆଜି ବୁକୁରାମୁଣ୍ଡା ଗାଁରେ ବସବାସ କରୁଥିବା ଜନସାଧାରଣଙ୍କୁ ମହାମାରୀ କରୋନା ସକାଶେ ସଚେତନତା କରିବା ପାଇଁ ବୁକୁରାମୁଣ୍ଡା ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରୁ ମହିଳା ସ୍ବାସ୍ଥ୍ୟକର୍ମୀ ଶ୍ରୀମତୀ କବିତାଞ୍ଜଳି ଦାଶଙ୍କ ତତ୍ୱାବଧାନରେ ଏକ ରାଲିର ଆୟୋଜନ କରାଯାଇଥିଲା । ଗ୍ରାମର ସମସ୍ତ ମହିଳା ସ୍ୱୟଂ ସହାୟିକା ଗୋଷ୍ଠୀ, ସି.ଆର.ପି, ଗ୍ରାମର ଦୁଇଜଣ ଅଙ୍ଗନବାଡ଼ି କର୍ମୀ ଏବଂ ତିନିଜଣ ଆଶାକର୍ମୀ ପ୍ରମୁଖ ଏ କାର୍ଯ୍ୟକ୍ରମରେ ସାମିଲ ହୋଇ, ପ୍ଲାକକାର୍ଡ ଧରିବା ସଙ୍ଗେ ସଙ୍ଗେ ମେଗା ଫୋନ ମାଧ୍ୟମରେ ଗ୍ରାମର ଅଗଣିତ ଜନସାଧାରଣଙ୍କୁ ଗ୍ରାମ ପରିକ୍ରମା କରି ମହାମାରୀ କରୋନା ସମ୍ପର୍କରେ ସଚେତନ କରିଥିଲେ । ଅନ୍ୟମାନଙ୍କ ମଧ୍ୟରେ ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରର ପରିଦର୍ଶନ ରବିନ୍ଦ୍ର ମୋହନ ଦାଶ ଏବଂ ପରିଦର୍ଶିକା ମେରିୟମ କୁଲୁ ସାମିଲ ହୋଇ ରେଲି ସୁପରିଚାଳନା କରିଥିଲେ । ଆସନ୍ତା ଗୁରୁବାର ଦିନ ବୁକୁରାମୁଣ୍ଡା ଗ୍ରାମପଞ୍ଚାୟତର ପଲସାନୀ ଏବଂ ଶୁକ୍ରବାର ଦିନ ଲହଙ୍ଗୀର ଗ୍ରାମରେ ଲୋକଙ୍କୁ ସଚେତନ କରିବା ପାଇଁ ରାଲିର ଆୟୋଜନ କରାଯିବ ବୋଲି ମହିଳା ସ୍ୱାସ୍ଥ୍ୟକର୍ମୀ ଶ୍ରୀମତୀ ଦାଶ ପ୍ରକାଶ କରିଛନ୍ତି ।

Leave A Reply

Your email address will not be published.