କୁଦୋଭଟାରେ ଯାଦବ ସମାଜର ସାମାଜିକ ସଚେତନ କାର୍ଯ୍ୟକ୍ରମ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଡଙ୍ଗରପଡ଼ା ପଞ୍ଚାୟତ କୁଦୋଭଟା ଗ୍ରାମ ଠାରେ ତେଜୁରାମ ବାଗଙ୍କ ସଭାପତିତ୍ୱରେ ଯାଦବ ସମାଜର ସାମାଜିକ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ସାମାଜର ଶିକ୍ଷା ଅର୍ଥନିତିର ବିକାଶ ଓ ସମାଜର ସଂସ୍କାରର ବିଷୟ ସବୁ ଆଲୋଚନା କରିବା ସହିତ ସମାଜରୁ କୁସଂସ୍କାର ବିଷୟରେ ଆଲୋଚନା କରାଯାଇଥିଲା ଏବଂ ସମାଜର ଯୁବକ ମାନେ ମୁଖ୍ୟସ୍ରୋତରେ ସାମିଲ୍ ହେବା ପାଇଁ ଗୁରୁତ୍ୱ ଦିଆଯାଇଥିଲା । ଡଙ୍ଗରପଡ଼ା ପଞ୍ଚାୟତର ୧୦ ଦଶ ଖଣ୍ଡ ଗାଁର ଶତାଧିକ ଯାଦବମାନେ ଉପସ୍ଥିତ ହୋଇଥିଲେ । ଉକ୍ତ ସଭାରେ ଲିଙ୍ଗରାଜ ଗହିର, ମହାଦେବ ଟାହାଣି, ମଦନ ବାଗ, ତ୍ରିନାଥ ଠେଲା, ହୈକୁନ୍ଠ ଛତ୍ରିଆ, ହରି ଟାହାଣି,ଲିଙ୍ଗରାଜ ବାଗ,ସନ୍ତୋଷ ଟାହାଣି,ବୁଠି ଟାହାଣି,ଅରକ୍ଷିତ ଠେଲା, ହୁରୁମ ଚନ୍ଦନ,ମଧୁ ବନଛୋର,ବୁଲୁ ବନଛୋର,ଉପେନ୍ଦ୍ର ଛତ୍ରିଆ, ରିଙ୍କୁ ବାଗ ପ୍ରମୁଖ ଉପସ୍ଥିତ ହୋଇ ଯାଦବ ସମାଜର ଆଗାମୀ ଦିନ ଯାଦବ ସମାଜର ବିକାଶ ପାଇଁ ସଂକଳ୍ପ କରିଥିଲେ । ସମାଜର ବିବରଣୀ ପାଠ ସଭାପତି ତେଜୁରାମ ବାଗ କରିଥିଲେ ।

jittmm
Leave A Reply

Your email address will not be published.