ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଅଞ୍ଚଳ ମହାବିଦ୍ୟାଳୟରେ ଭାରପ୍ରାପ୍ତ ଅଧ୍ୟକ୍ଷ ଗଜରାଜ ପାତ୍ରଙ୍କ ସଭାପତିତ୍ୱରେ ଏକ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବରଗଡ ଆଞ୍ଚଳିକ ପରିବହନ ଅଧିକାରୀ ସବୁଆ ମାଝି ଏବଂ ସର୍ବ ଭାରତୀୟ ମାନବ ଅଧିକାର ଓ ସାମାଜିକ ନ୍ୟାୟ, ଓଡ଼ିଶାର ସଭାପତି ଡ. ୟଶବୀର ସିଂହ ଯୋଗ ଦେଇଥିଲେ । ଏହି କାର୍ଯ୍ୟକ୍ରମର ପରିଚାଳନା ପ୍ରଭାତ ମହାପାତ୍ର, ସଂସ୍କୃତ ଅଧ୍ୟାପକ ଏବଂ ସଞ୍ଜୟ ଟିଗା, ଏନ୍‌ଏନ୍‌ଏସ୍‌, ପ୍ରୋଗ୍ରାମ ଅଫିସର କରିଥିଲେ । ଏହି କାର୍ଯ୍ୟକ୍ରମରେ ପରିବହନ ବିଭାଗ ତରଫରୁ ଛାତ୍ରଛାତ୍ରୀମାନଙ୍କ ସମ୍ମୁଖରେ ସଡକ ସୁରକ୍ଷା ଉପରେ କିଛି ଭିଡିଓ ପ୍ରଦର୍ଶନ କରାଯାଇଥିଲା ଏବଂ ଟ୍ରାଫିକ ନିୟମ ଓ ହେଲମେଟର ବ୍ୟବହାର ଉପରେ ଗୁରୁତ୍ୱ ଦିଆଯାଇଥିଲା । ପରିବହନ ବିଭାଗର ଏହି ଅଭିନବ ପ୍ରୟାସ ପାଇଁ ଅଞ୍ଚଳ ମହାବିଦ୍ୟାଳୟ ତରଫରୁ ପ୍ରଭାତ ମହାପାତ୍ର ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ବୃନ୍ଦଙ୍କ ସମେତ ଛାତ୍ରଛାତ୍ରୀ ଯୋଗଦେଇ ଥିଲେ ।

Leave A Reply

Your email address will not be published.

error: Content is protected !!