ବିଏସ୍‌ଏନ୍‌ଏଲ୍‌ ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ

ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରାୟତ୍ତ ଦୂର ସଞ୍ଚାର କମ୍ପାନୀ ଭାରତ ସଞ୍ଚାର ନିଗମ ଲିମିଟେଡ (ବିଏସ୍‌ଏନ୍‌ଏଲ୍‌), ଓଡ଼ିଶା ଶାଖା ପକ୍ଷରୁ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ଗୁରୁବାର ଦିନ ଏକ ସଚେତନତା ପଦଯାତ୍ରା ବା ୱାକାଥନ୍ ଆୟୋଜନ କରାଯାଇଥିଲା । ବିଏସ୍‌ଏନ୍‌ଏଲ୍‌ର ମୁଖ୍ୟ ମହାପ୍ରବନ୍ଧକ ଟେଲିକମ ରୁଦ୍ର ନାରାୟଣ ପଲେଇ, ଉପମହାପ୍ରବନ୍ଧକ (ଦୁର୍ନୀତି ନିବାରଣ) କାର୍ତ୍ତିକ ଚରଣ ପତିଙ୍କ ସମେତ ବିଏସ୍‌ଏନ୍‌ଏଲ୍‌ ମୁଖ୍ୟ କାର୍ଯ୍ୟାଳୟର ସମସ୍ତ ଅଧିକାରୀ ଓ କର୍ମଚାରୀମାନେ ଯୋଗ ଦେଇଥିଲେ । ପଦଯାତ୍ରା ସମୟରେ ପ୍ରତିଯୋଗୀମାନେ ‘‘ଭ୍ରଷ୍ଟାଚାର ମୁକ୍ତ ଭାରତ – ବିକଶିତ ଭାରତ’’ ବିଷୟ ବସ୍ତୁର ବାର୍ତ୍ତା ବହନ କରୁଥିବା ପ୍ଲାକାର୍ଡ ଧରି ସଚେତନତା ସୃଷ୍ଟି କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ଦୁର୍ନୀତି ନିରାକରଣ ପାଇଁ ବାର୍ତ୍ତା ପ୍ରଚାର କରାଯାଇଥିଲା ।

Leave A Reply

Your email address will not be published.

error: Content is protected !!