ବଲାଙ୍ଗିର, (କେପିଏନ୍ଏସ୍) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ସୁସ୍ଥ ସ୍ୱାସ୍ଥ୍ୟ ହିଁ ସୁସ୍ଥ ମନର ପରିଚାୟକ ହୋଇଥାଏ । ସୁସ୍ଥ ସ୍ୱାସ୍ଥ୍ୟ ପାଇଁ ସୁଷମ ଖାଦ୍ୟ ସହିତ ଉପଯୁକ୍ତ ଔଷଧ ଗ୍ରହଣ କରିବା ନିତାନ୍ତ ଆବଶ୍ୟକ । ସେଥିପାଇଁ ଲୋକଙ୍କ ଭିତରେ ଔଷଧ ଏବଂ ତାର ପାର୍ଶ୍ୱ ପ୍ରତିକ୍ରିୟା ପରି ଏକ ଗମ୍ଭୀର ବିଷୟ ସମ୍ପର୍କରେ ଲୋକମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଆଜି ସ୍ଥାନୀୟ ସେଞ୍ଚୁରିଅନ ବିଶ୍ୱ ବିଦ୍ୟାଳୟର ଫର୍ମାସୀ ବିଭାଗର ଛାତ୍ରଛାତ୍ରୀମାନେ ଏକ ରାଲିର ଆୟୋଜନ କରିଥିଲେ । ଯେହେତୁ ବର୍ତ୍ତମାନ ସମଗ୍ର ଦେଶରେ (pharmocovigilence Week) ପାଳିତ ହେଉଛି । ଯାହା ୧୭/୯/୨୦୨୨ରୁ ୨୩/୯/୨୦୨୨ ମଧ୍ୟରେ ପ୍ରତିବର୍ଷ ହୋଇଥାଏ । ଏହି ଅଭିଯାନର ମୂଳ ଉଦ୍ଦେଶ୍ୟ ହେଲା ଔଷଧର ଉପଯୁକ୍ତ ବ୍ୟବହାର ପାଇଁ ଲୋକଙ୍କ ମନରେ ସଚେତନତା ସୃଷ୍ଟି କରିବା । କାର୍ଯ୍ୟକ୍ରମଟି ଅନୁଷ୍ଠାନର ଆଞ୍ଚଳିକ ନିର୍ଦେଶକ ପ୍ରଦୀପ ଷଡ଼ଙ୍ଗୀଙ୍କ ପ୍ରତ୍ୟକ୍ଷ ତତ୍ତ୍ଵାବଧାନରେ ସମ୍ପାଦିତ ହୋଇଥିଲା । କାର୍ଯ୍ୟକ୍ରମରେ ଫର୍ମାସୀ ବିଭାଗର ଅଧ୍ୟାପକ ପ୍ରଫୁଲ୍ଲ କୁମାର ସାହୁ ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ପରିଚାଳନା କରିବାରେ ସହାୟତା କରିଥିଲେ । କାର୍ଯ୍ୟକ୍ରମରେ ଅନ୍ୟାନ୍ୟ ଅଧ୍ୟାପକ ଓ ଅଧ୍ୟାପିକା ମାନଙ୍କ ମଧ୍ୟରେ ସନ୍ତୋଷ କୁମାର ରଂଜିତ, ଚୈତନ୍ୟ ପ୍ରସାଦ ମେହେର, ବିଜୟ କୁମାର ମେହେର, ଦୀନେଶ କୁମାର ଶର୍ମା, ଶ୍ରୀମତୀ ବୀଣାପାଣି ବାରିକ, ଆଶିଷ କୁମାର ମେହେର, ଧର୍ମେନ୍ଦ୍ର ପ୍ରଧାନ, ବିଶ୍ୱଜିତ ଆଚାର୍ଯ୍ୟ, ସ୍ୱର୍ଣ୍ଣଜିତ ତ୍ରିପାଠୀ, ରାକେଶ ମେହେର, ଦୁର୍ଗା ପ୍ରସାଦ ମିଶ୍ର, ଜ୍ୟୋତି ପ୍ରକାଶ ଗୁରୁ, ଶୁଭେନ୍ଦୁ ଶେଖର ହୋତା ଏବଂ କୁମାରୀ ମୋନାଲିସା ପୁରୋହିତ ପ୍ରଭୃତି ଉପସ୍ଥିତ ରହି କାର୍ଯ୍ୟକ୍ରମଟିକୁ ସଫଳ କରାଇବାରେ ସହଯୋଗ କରିଥିଲେ । କାର୍ଯ୍ୟକ୍ରମ ଦ୍ୱାରା ଫର୍ମାସୀର ଛାତ୍ରଛାତ୍ରୀମାନେ ଆହୁରି ସଚେତନ ହୋଇ ସମାଜରେ ଲୋକଙ୍କୁ ଔଷଧର ଉପଯୁକ୍ତ ବ୍ୟବହାର ପାଇଁ ଲୋକଙ୍କୁ ଅବଗତ କରାଇବେ ବୋଲି ଲୋକଙ୍କ ମନରେ ବଦ୍ଧମୂଳ ଧାରଣା ସୃଷ୍ଟି ହୋଇଛି । ଅନୁଷ୍ଠାନର ଏହି ଅଭିନବ ପ୍ରୟାସକୁ ସହର ସବୁ ମହଲରେ ସ୍ୱାଗତ କରାଯାଇଛି ଓ ଏଥିପାଇଁ ଅନୁଷ୍ଠାନକୁ ପ୍ରଶଂସାର ସୁଅ ଛୁଟିଛି । ଅନୁଷ୍ଠାନର ଏହି ପଦକ୍ଷେପ ସ୍ୱାଗତ ଯୋଗ୍ୟ ଅଟେ ।