om academy

ପୌରପାଳିକାରେ ସ୍ୱଚ୍ଛତା ସଚେତନତା ଶୋଭାଯାତ୍ରା

jsm

ଚୌଦ୍ୱାର : ଚୌଦ୍ୱାର ସହରକୁ ଅବର୍ଜନାମୁକ୍ତ ରଖିବା, ଅଞ୍ଚଳର ପର୍ଯ୍ୟଟନସ୍ଥଳୀ, ବଜାରଘାଟ ଆଦିିକୁ ସଫା ରଖିବା ତଥା ସହରରେ ସ୍ୱଚ୍ଛତା ରକ୍ଷା କରିବା ଲକ୍ଷରେ ଚୌଦ୍ୱାର ପୌରପାଳିକା ତରଫରୁ ଏକ ସ୍ୱଚ୍ଛତାରକ୍ଷା ସଚେତନତା ଶୋଭାଯାତ୍ରା ଆୟୋଜିତ ହୋଇଯାଇଛି । ପୌରାଧ୍ୟକ୍ଷା ମାନସୀ ସ୍ୱର୍ଣ୍ଣପ୍ରଭା ସାମଲ, ପୌର ନିର୍ବାହୀ ଅଧିକାରୀ ପବିତ୍ର କୁମାର ବେହେରା ତଥା ସମସ୍ତ ୱାର୍ଡ଼ କାଉନସିଲର ମାନଙ୍କ ନେତୃତ୍ୱରେ ଏକ ସଚେତନତା ଶୋଭାଯାତ୍ରା ଓଟିଏମ୍ ବଜାରରୁ ବାହାରି ପୌର କାର୍ଯ୍ୟାଳୟକୁ ଯାଇଥିଲା । ସହରାଞ୍ଚଳରେ କାର୍ଯ୍ୟରତ ସମସ୍ତ ସ୍ୱଚ୍ଛସାଥୀ, ସ୍ୱଚ୍ଛ ସୁପରଭାଇଜର, ପୌର କର୍ମଚାରୀ, ଯୁବବର୍ଗ ଓ ବହୁ ସଂଖ୍ୟକ ମହିଳା ହାତରେ ସ୍ୱଚ୍ଛତା ସମ୍ପର୍କିତ ପ୍ଲାକାର୍ଡ଼ମାନ ଧରି ସ୍ୱଚ୍ଛତା ରକ୍ଷା ସମ୍ପର୍କିତ ସଚେତନତା ବାର୍ତ୍ତା ପ୍ରଚାର କରିବା ସହିତ ଜନସଚେତନତା ସୃଷ୍ଟି କରିଥିଲେ । ଇଣ୍ଡିଆନ୍ ସ୍ୱଚ୍ଛତା ଲିଗ୍ ନାମରେ ନାମିତ ଏହି କାର୍ଯ୍ୟକ୍ରମ ଆସନ୍ତା ଗାନ୍ଧୀ ଜୟନ୍ତୀ ପର୍ଯ୍ୟନ୍ତ ଚାଲିବ ବୋଲି ସୂଚନାଦେଇ ସହରର ବିଦ୍ୟାଳୟ ଗୁଡ଼ିକର ଷଷ୍ଠରୁ ଦଶମ ଶ୍ରେଣୀ ପର୍ଯ୍ୟନ୍ତ ଛାତ୍ରଛାତ୍ରୀମାନଙ୍କୁ ପୌରପାଳିକା ପରିଚାଳିତ ବର୍ଜବସ୍ତୁ ପରିଚାଳନା କେନ୍ଦ୍ରକୁ ପରିଦର୍ଶନରେ ନିଆଯାଇ ଅବର୍ଜନା ପ୍ରକ୍ରିୟାକରଣ ସମ୍ପର୍କରେ ସଚେତନ କରାଯିବ ବୋଲି ଅଧ୍ୟକ୍ଷା ଶ୍ରୀମତୀ ସାମଲ ପ୍ରକାଶ କରିଛନ୍ତି । ସ୍ୱଚ୍ଛତା ନୋଡ଼ାଲ ଅଫିସର ବିଚିତ୍ରାନନ୍ଦ ସ୍ୱାଇଁ ଓ ପରିମଳ ବିଶେଷଜ୍ଞ ପିୟୁଷ ସାହୁ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।

Leave A Reply

Your email address will not be published.