ବଲାଙ୍ଗିର, (କେପିଏନ୍ଏସ୍) : ଭାରତ ସରକାର ଶାଖା ସୂକ୍ଷ୍ମ ଲଘୁ ଏବଂ ମାଧ୍ୟମ ଉଦ୍ୟୋଗ ମନ୍ତ୍ରଣାଳୟ ରାଉରକେଲା ଓ ବଲାଙ୍ଗିର ଜିଲ୍ଲା ଶିଳ୍ପ କେନ୍ଦ୍ରର ମିଳିତ ଆନୁକୂଲ୍ୟରେ ସଦର ବ୍ଲକ ସଭା ଗୃହଠାରେ ରାଇସ ମିଲର ମାନଙ୍କୁ ନେଇ କ୍ଲଷ୍ଟର ଡେଭଲପମେଣ୍ଟ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଭାରତ ସରକାରଙ୍କ କ୍ଲଷ୍ଟର ଡେଭଲପମେଣ୍ଟ ପଲିସି ମାଧ୍ୟମରେ ରାଇସ ମିଲରମାନଙ୍କ ସାମୁହିକ ଉନ୍ନତି ହୋଇପାରିବ । ଏଥିରେ କ୍ଲଷ୍ଟର ସ୍କିମ ଉପରେ ପୁଙ୍ଖାନୁ ପୁଙ୍ଖ ଆଲୋଚନା କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଂଯୁକ୍ତ ନିର୍ଦ୍ଦେଶକ ରାଉରକେଲା ଡ. ସୁମନ୍ତ କୁମାର ସାହୁ କରିଥିବାବେଳେ ଜିଲ୍ଲା ଶିଳ୍ପ କେନ୍ଦ୍ରର ସାଧାରଣ ପରିଚାଳକ ବି.ପି. ଦାସ, ଏସ ଏମ ଇ କଟକର ସୁବାସ କୁମାର ସାହୁ, ସହ ନିର୍ଦ୍ଦେଶକ ରାଉରକେଲା ଶାଖାର ଦୀପକ କୁମାର ନାୟକ, ଜିଲ୍ଲା ରାଇସ ମିଲ ସଭାପତି ସମର ରଥ, ସମ୍ପାଦକ ପୀୟୂଷ ଅଗ୍ରୱାଲ, ସହିତ ୨୦ ରୁ ଉର୍ଦ୍ଧ ରାଇସ ମିଲ ମାଲିକମାନେ ଯୋଗ ଦେଇଥିଲେ । ସର୍ବସମ୍ମତି କ୍ରମେ ଏକ ଇଥାନଲ ଶିଳ୍ପ ପୁଞ୍ଜ ପ୍ରତିଷ୍ଠା ପାଇଁ ନିଷ୍ପତି ଗ୍ରହଣ କରାଯାଇଥିଲା ।
Prev Post