ବାଲିଗୁଡ଼ା, (ସଞ୍ଜୟ କୁମାର ପାଣିଗ୍ରାହୀ) : ରାଷ୍ଟ୍ରୀୟ ପୋଷଣ ମାସ ଅବସରରରେ ବାଲିଗୁଡ଼ା ବ୍ଲକର ସମନ୍ୱିତ ଶିଶୁ ବିକାଶ ଅଧିକାରୀ କ୍ରୀଷ୍ଣା ପଣ୍ଡାଙ୍କ ନିର୍ଦ୍ଦେଶକ୍ରମେ ସୁପରଭାଇଜର ମଞ୍ଜୁଲତା ବେହେରା, ସଂଯୁକ୍ତା ବେହେରାଙ୍କ ନେତୃତ୍ୱରେ ଖମନଖୋଲ, ବାରଖମା, ବାଟାଗୁଡା, ସୂଡ୍ରା, ବୁଦ୍ର୍ତୃକିଆ, ବାଲିଗୁଡ଼ା, ସେକ୍ଟର ଏବଂ କ.ନୂଆଗାଁ ବ୍ଲକ ସମନ୍ୱିତ ଶିଶୁ ବିକାଶ ଅଧିକାରୀ ସୋନିଆ ହେମ୍ବ୍ରମ ଙ୍କ ନିର୍ଦ୍ଦେଶ କ୍ରମେ ସୁପର ଭାଇଜର ଅରୁନ୍ଧତି ନାୟକ, ବିଷ୍ଣୁ ପ୍ରିୟା ସାହୁ, ମଧୁମିତା ସେଠୀ, ରିତାଞ୍ଜଳି ପଟ୍ଟନାୟକ, ବିନୋଦ ଦିଗାଲ, ଯୋଗେଶ ବଳିୟାର ସିଂଙ୍କ ନେତୃତ୍ୱରେ କ. ନୂଆଗାଁ ବ୍ଲକର ଗୁଞ୍ଜିବାଡି, କେଲେମା, କ. ନୂଆଗାଁ, ସିର୍ତ୍ତିଗୁଡ଼ା, ମହାସିଙ୍ଗ, ସାରଂଗଡ, ସେକ୍ଟରରେ ଶିଶୁ ଓ ମାଆର ଉପଯୁକ୍ତ ପୋଷଣ ଏବଂ ମେଦବହୁଳତା ରୋଗର ନିରାକରଣ ପାଇଁ ତେଲ ଓ ମସଲା ଯୁକ୍ତ ଲବଣ ଯୁକ୍ତ ଖାଦ୍ୟ ଠାରୁ ଦୂରେଇ ରହି କମ୍ ଚିନି, ଲବଣଯୁକ୍ତ ଖାଦ୍ୟ ଫାଷ୍ଟ ଫୁଡ୍ ଖାଦ୍ୟରୁ ନିବୃତ୍ତ ରହି ବାଡି ବଗିଚାର ତଟକା ପନିପରିବା, ଶାଗ, କ୍ଷୀର ଭଳି ସୁଷମ ଖାଦ୍ୟ ବ୍ୟବହାର ପାଇଁ ଜନ ସଚେତନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଯୁବ ନାଟ୍ୟକାର ପ୍ରମୋଦ କୁମାର ଦଣ୍ଡସେନାଙ୍କ ନେତୃତ୍ୱରେ କନ୍ଧମାଳ ଜିଲ୍ଲାର ଅଗ୍ରଣୀ ସାଂସ୍କୃତିକ ଅନୁଷ୍ଠାନ କନ୍ଧମାଳ କଳା ବିକାଶ କେନ୍ଦ୍ରର କଳକାରମାନେ ଗୀତନୃତ୍ୟ ପଥପ୍ରାନ୍ତ ନାଟକ ମାଧ୍ୟମରେ ନିଖୁଣ ଅଭିନୟ କରି ଜନ ସଚେତନର ବାର୍ତ୍ତା ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନୱାଡ଼ି କର୍ମୀ, ଆଶା କର୍ମୀ ଉପସ୍ଥିତ ରହି ପରିଚାଳନାରେ ସହଯୋଗ କରିଥିଲେ ।
Next Post