ବଲାଙ୍ଗିର, (କେପିଏନ୍ଏସ୍) : ସରକାରୀ ମହିଳା ମହାବିଦ୍ୟାଳୟ ପ୍ରେକ୍ଷାଳୟରେ ରାଷ୍ଟ୍ରୀୟ ପୋଷଣ ମାସ ଅବସରରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଅଧ୍ୟକ୍ଷ ଡଃ. ଅରବିନ୍ଦ କୁମାର ଓଝାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଅଧ୍ୟାପକ ବିଭୁତି ଭୂଷଣ ସାହୁ, ଡଃ. ସଦାଶିବ ମଲ୍ଲିକ, ସଲୋମନ କୁମାର, ଦିନେଶ ସିଂହ, ଅଧ୍ୟାପିକା ଡଃ. ମିନତୀ ଦେବତା ପ୍ରମୁଖ ଉପସ୍ଥିତ ରହି ଛାତ୍ରୀମାନଙ୍କୁ ପୋଷଣର ମହତ୍ତ୍ୱ ଏବଂ ଆମେ କିପରି ଏକ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଉତ୍ତମ ପୋଷଣ ଗ୍ରହଣ କରିବାର ଆବଶ୍ୟକତା ଅଛି ସେ ସମ୍ବନ୍ଧରେ ଅତିଥିମାନେ ମତବ୍ୟକ୍ତ କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଅତିଥିମାନଙ୍କ ପରିଚୟ ପ୍ରଦାନ ଅଜିତ କୁମାର ପଣ୍ଡା କରିଥିବାବେଳେ ଡଃ. ମିନତୀ ଦେବତା ଧନ୍ୟବାଦ ଅର୍ପଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ମହାବିଦ୍ୟାଳୟର ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ଛାତ୍ରୀମାନେ ଉପସ୍ଥିତ ଥିଲେ ।