ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ନୃସିଂହନାଥ ଆୟୁର୍ବେଦ କଲେଜ ପରିସରରେ ବିଶ୍ୱ ମାନସିକ ସଚେତନତା ଦିବସ ପାଳିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ପଦ୍ମପୁର ଏଡିଜେ ତଥା ତାଳୁକ ଆଇନ ସେବା କମିଟି ଚେୟାରମେନ ସୂର୍ଯ୍ୟ ନାରାୟଣ ଦ୍ୱିବେଦୀ, ସମ୍ମାନିତ ଅତିଥି ଭାବରେ ପଦ୍ମପୁର ଏସ୍ଡିଜିଏମ୍ ଧ୍ରୁବ ସୋଲାଙ୍କି, କଲେଜର ଅଧ୍ୟକ୍ଷ ଦାୟିତ୍ୱରେ ଥିବା ପ୍ରଫେସର ନାଇଡୁ ଜଗନ୍ନାଥ, ପରିଚାଳନା କମିଟି ସମ୍ପାଦକ ମନୋଜ ତ୍ରିବେଦୀ ଯୋଗଦେଇ ନିଜ ନିଜର ବହୁମୂଲ୍ୟ ଶିକ୍ଷଣୀୟ ଅଭିଭାଷଣ ପ୍ରଦାନ କରିଥିଲେ । ବର୍ତ୍ତମାନ ଏହି ବିଜ୍ଞାନ ଯୁଗରେ ସମସ୍ତ ଛାତ୍ରଛାତ୍ରୀ, ଯୁବକଯୁବତୀ, ସମସ୍ତ ଚାକିରୀ କରୁଥିବା ପୁରୁଷ ମହିଳାମାନେ ଦିନରାତି ବ୍ୟସ୍ତତା ମଧ୍ୟରେ ନ ରହି, ଶରୀରକୁ ଅତିଶୟ ଚାପଗ୍ରସ୍ତ ନକରି, ଟ୍ରେସରୁ ବାହାରି ଶରୀର ଓ ମନକୁ ମଝିରେ ମଝିରେ ବ୍ରେକ ଦେଇ କାମ କଲେ ସୁସ୍ଥ ଜୀବନ ବଞ୍ଚି ପାରିବା ବୋଲି ଅତିଥିମାନେ ଦିଗଦର୍ଶନ ଦେଇ ଥିଲେ । ଶେଷରେ ଡାକ୍ତର ନିହାର ରଞ୍ଜନ ମହନ୍ତ ଧନ୍ୟବାଦ ଦେଇଥିଲେ ।