ବ୍ରହ୍ମପୁର ବିଶ୍ୱବିଦ୍ୟାଳୟ ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗରେ ନିବେଶକ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର ସ୍ନାତ୍ତକୋତ୍ତର ବାଣିଜ୍ୟ ବିଭାଗ ଓ ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜର ମିଳିତ ଆନୁକୂଲ୍ୟରେ, ସେବି (SEBI) ପ୍ରାୟୋଜିତ ଏକ ନିବେଶକ ସଚେତନତା କାର୍ଯ୍ୟକ୍ରମ ବିଭାଗୀୟ ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଯାଇଛି । ଏହି କର୍ଯ୍ୟକ୍ରମଟି ବ୍ରହ୍ମପୁର ବିଶ୍ଵବିଦ୍ୟାଳୟର କୁଳପତି ପ୍ରଫେସର ଗୀତାଞ୍ଜଳି ଦାଶ ଓ ସ୍ନାତ୍ତକୋତ୍ତର ବିଭାଗ ସମୂହ ଅଧ୍ୟକ୍ଷ ପ୍ରଫେସର ସୁକାନ୍ତ କୁମାର ତ୍ରିପାଠୀଙ୍କ ପ୍ରେରଣାରେ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ବକ୍ତା ଭାବେ ସେବି (SEBI) ସ୍ମାର୍ଟ ପ୍ରଶିକ୍ଷକ ସନ୍ତୋଷ ନାୟକ ଯୋଗଦେଇ ଛାତ୍ରଛାତ୍ରୀମାନଙ୍କୁ ନିବେଶର ଆନେକ ଦିଗ ଉପରେ ଆଲୋକପାତ କରିଥିଲେ । ବିଭାଗର ସଂଯୋଜକ ଡ. ଶକ୍ତିରଞ୍ଜନ ଦାଶ, ଅତିଥି ପରିଚୟ ଓ ସ୍ୱାଗତ ଭାଷଣ ଦେଇ ସଭା ଆରମ୍ଭ କରିଥିଲାବେଳେ ବିଭାଗର ସହକାରୀ ପ୍ରଫେସର ଡ. ମହେଶ୍ୱର ସେଠୀ, ଡ. ଚନ୍ଦ୍ରିକା ପ୍ରସାଦ ଦାସ, ଡ. ଜୀନତା ପଟ୍ଟନାୟକ ଓ ନିତ୍ୟରଞ୍ଜନ ତ୍ରିପାଠୀ ସଭା ପରିଚାଳନା କରିଥିଲେ । ଅତିଥିଙ୍କୁ ପୁଷ୍ପଗୁଚ୍ଛ ପ୍ରଦାନ କରାଯାଇ ସ୍ୱାଗତ କରାଯାଇଥିଲା । ପରବର୍ତ୍ତୀ ସମୟରେ ସନ୍ତୋଷ ନାୟକ ଆର୍ଥିକ ବ୍ୟବସ୍ଥାରେ ସେବିର ଭୂମିକା, ସଞ୍ଚୟ ବନାମ ବିନିଯୋଗ, ଆର୍ଥିକ ପରିକଳ୍ପନା ପଦକ୍ଷେପ, ବିପଦ ଓ ଲାଭ ସମ୍ବନ୍ଧୀୟ ମାଟ୍ରିକ୍ସ, ସୁବିଚାରିତ ବିନିଯୋଗ ପ୍ରକ୍ରିୟା, ବିନିଯୋଗର ପୂର୍ବରୁ ବିବେଚନୀୟ ପ୍ରାଥମିକ କାରଣ, ଠକେଇକାରୀଙ୍କୁ କିପରି ପରିଚୟ କରିବେ, ଇତ୍ୟାଦି ଉପରେ ବ୍ୟାପକ ଆଲୋଚନା କରିଥିଲେ । କାର୍ଯ୍ୟକ୍ରମର ଶେଷରେ ଛାତ୍ରଛାତ୍ରୀଙ୍କ ପକ୍ଷରୁ ଧନ୍ୟବାଦ୍ ଜ୍ଞାପନ କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଛାତ୍ରଛାତ୍ରୀଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟକ୍ରମ ହେଇଥିବାରୁ ଏହାର ସଫଳତା ପାଇଁ ବିଭାଗ ସମସ୍ତଙ୍କ ନିକଟରେ ଉଚ୍ଚ ପ୍ରସଂଶିତ ହୋଇଛି ।

Leave A Reply

Your email address will not be published.