ମୁରିବାହାଲ ଥାନା ପୋଲିସ ପକ୍ଷରୁ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୋଲିସ ପକ୍ଷରୁ ସ୍ଥାନୀୟ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ(ଯୁକ୍ତ ଦୁଇ) ଓ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟଠାରେ ଆତ୍ମହତ୍ୟା ନିରୋଧ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁରିବାହାଲ ଥାନାର ନୂତନ ଆଇଆଇସି ସନାତନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ଉଭୟ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ଜଣେ ଛାତ୍ରୀ ଯଦି କୌଣସି ପ୍ରକାରର ଶାରୀରିକ ଶୋଷଣର ଶିକାର କିମ୍ବା ଅସୁବିଧାର ସମ୍ମୁଖୀନ ହୁଏ ତାହେଲେ ସେ ଆତ୍ମହତ୍ୟା ଭଳି ଚରମ ପଦକ୍ଷେପ ନ ନେଇ ଏହାର କିପରି ମୁକାବିଲା କରିପାରିବ । ନିଜ ପରିବାରକୁ ଜଣାଇବା ସହ ଏକାଠି ଏହାର ନିରୋଧ ତଥା ପୋଲିସର ଟୋଲ ଫ୍ରି ହେଲ୍ପଲାଇନ ନମ୍ବରର ଉପଯୋଗ ଆଦି ସମ୍ପର୍କରେ ଛାତ୍ରୀମାନଙ୍କୁ ସଚେତନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଥାନା ଏସଆଇ ପ୍ରମୋଦ କୁମାର ପଧାନ, ଏସଆଇ ପଙ୍କଜିନୀ ବାଗ, ଉଚ୍ଚ ମାଧ୍ୟମିକ ବିଦ୍ୟାଳୟ ଅଧ୍ୟକ୍ଷ ରମେଶ ଚନ୍ଦ୍ର ମହାନନ୍ଦଙ୍କ ସହ ସମସ୍ତ ଅଧ୍ୟାପକ ଅଧ୍ୟାପିକା ଓ ପଞ୍ଚାୟତି ଉଚ୍ଚ ବିଦ୍ୟାଳୟର ସମସ୍ତ ଶିକ୍ଷକ ଶିକ୍ଷୟିତ୍ରୀଙ୍କ ସହ ଶତାଧିକ ଛାତ୍ରୀମାନେ ଉପସ୍ଥିତ ଥିଲେ ।

jittmm
Leave A Reply

Your email address will not be published.