ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଖଲ୍ଲିକୋଟ ସହର ସ୍ଥିତ ସାଇ ଟିଉଟ୍ରିଆଲ୍ ଠାରେ ଏ.ପି.ଜେ.ଅବଦୁଲ କଲାମ ଜନକଲ୍ୟାଣ ଚାରି ଟେବୁଲ ଟ୍ରଷ୍ଟ ସୌଜନ୍ୟରେ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷ ରୋପଣ ସଚେତନତା ଶିବିର ସାଂଗକୁ କେତେଜଣ ଆଦର୍ଶ ବ୍ୟକ୍ତି ବିଶେଷ୍ୟଙ୍କୁ ମାନପତ୍ର ସହ ସମ୍ବର୍ଦ୍ଧିତ କରାଯାଇଥିବା ଜଣାଯାଇଛି । ଅତିଥିମାନଙ୍କ ଦ୍ୱାରା ଶ୍ରୀ ଜଗନ୍ନାଥଙ୍କ ପ୍ରତିକୃତୀରେ ଗନ୍ଧପୁଷ୍ପ ଦେଇ ପ୍ରଦୀପ ପ୍ରଜ୍ୱଳନ କରି ଏହାକୁ ଆନୁଷ୍ଠାନିକ ଭାବେ ଉଦଘାଟନ କରାଯାଇଥିଲା । ପ୍ରାରମ୍ଭରେ ମନସ୍ମିତା, ସ୍ନେହା, ପ୍ରାଚୀ, ସ୍ନେହଲତା ପ୍ରମୁଖ ଛାତ୍ରୀମାନଙ୍କ ଦ୍ୱାରା ପ୍ରାରମ୍ଭିକ ସଙ୍ଗୀତ ଏବଂ ଅଭିଲିପ୍ସା ପଣ୍ଡାଙ୍କ ଦ୍ଵାରା ସ୍ଵାଗତନୃତ୍ୟ ପରିବେଷଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଟ୍ରଷ୍ଟର ସଭାପତି ତଥା ପ୍ରତିଷ୍ଠାତା ପୂର୍ଣ୍ଣଚନ୍ଦ୍ର ବେହେରାଙ୍କ ପୌରହିତ୍ୟରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ଜଙ୍ଗଲ ବିଭାଗ ଅଧିକାରୀ ସୁନ୍ନି ଖୋକର, ମୁଖ୍ୟବକ୍ତା ଭାବେ ଖଲ୍ଲିକୋଟ ଚିତ୍ର ଓ ଚାରୁକଳା ମହାବିଦ୍ୟାଳୟର ଅଧ୍ୟକ୍ଷ ସୁବ୍ରତ କୁମାର ମଲ୍ଲିକ, ସମ୍ମାନୀତ ଅତିଥି ଭାବେ ଡ଼ଃ. ହରପ୍ରସାଦ ମହାପାତ୍ର, ଏବଂ ସମ୍ମାନୀତ ଅତିଥି ଭାବେ ସମାଜ, ଲୋକସେବକ ମଣ୍ଡଳ (ନୂଆଦିଲ୍ଲୀ) ରାଜେନ୍ଦ୍ର କୁମାର ଜେନା, ଲୋକସେବକ ମଣ୍ଡଳର କୋଷାଧ୍ୟକ୍ଷ ତଥା ସୁସାହିତ୍ୟିକ, ପରିବେଶବିତ ତଥା ଜଳବାୟୁ ପରିବର୍ତ୍ତନ ବିଶେଷଜ୍ଞ, ବରିଷ୍ଠ ସାମ୍ବାଦିକ ସୁଦର୍ଶନ ଛୋଟରାୟ, ଟ୍ରଷ୍ଟର ସମ୍ପାଦକ ତଥା ଶିଳ୍ପୀ ସମ୍ରାଟ ପଞ୍ଚାନନ ସୁର ପ୍ରମୁଖ ଗଣ୍ୟମାନ୍ୟ ବ୍ୟକ୍ତି ଯୋଗଦେଇ ପରିବେଶ ସୁରକ୍ଷା ଉପରେ ଗୁରୁତ୍ତ୍ୱାରୋପ କରିଥିଲେ । ସର୍ବଶ୍ରୀ ବିଜୟ କୁମାର ବିଶ୍ୱାଳ, ମାଧବ ବେହେରା, ବିଷ୍ଣୁପ୍ରସାଦ ମହାରଣା, ମିତାଞ୍ଜଳି ମିଶ୍ର ପ୍ରମୁଖ ବନ୍ୟଜନ୍ତୁ ସଂରକ୍ଷଣ ଓ ବୃକ୍ଷରୋପଣ ସଚେତନତା ଉପରେ ଆଲୋକପାତ କରିଥିଲେ । ସାଇ ଟିଉଟ୍ରରିଆଲର ଉପଦେଷ୍ଟା ପ୍ରଶାନ୍ତ କୁମାର ବେହେରା ସଭା ପରିଚାଳନା କରିଥିଲେ । ଅଭିଲିପ୍ସା ପଣ୍ଡାଙ୍କୁ ଟ୍ରଷ୍ଟ ତରଫରୁ ମାନପତ୍ର ସହ ଉପଢ଼ୌକନ ଦେଇ ସମ୍ବର୍ଦ୍ଧିତ କରାଯାଇଥିଲା । ମିତାଞ୍ଜଳି ମିଶ୍ର, ନର୍ମଦା ଗୌଡ଼, ପ୍ରଭାସିନୀ ଦେବୀ ପ୍ରମୁଖ ଉକ୍ତ କାର୍ଯ୍ୟକ୍ରମରେ ଅଂଶଗ୍ରହଣ କରି ସମ୍ୱର୍ଦ୍ଧିତ ବ୍ୟକ୍ତିଙ୍କ ମାନପତ୍ର ପାଠ କରିଥିଲେ । ପ୍ରଭାସ କୁମାର ଷଡ଼ଙ୍ଗୀ, ସୁଶାନ୍ତ ଗୌଡ଼, ଲକ୍ଷ୍ମୀ ଦାସ, ସୁପ୍ରଭା ରାଉତ, ଚିତ୍ରସେନ ଜେନା ସାଇ ଟିଉଟ୍ରିଆଲର ପରିଚାଳକ, ଏବଂ ଛାତ୍ର ଛାତ୍ରୀ ଏହି କାର୍ଯ୍ୟକ୍ରମରେ ସକ୍ରୀୟ ସହଯୋଗ କରିଥିଲେ । ଶେଷରେ ବରିଷ୍ଠ ସାହିତ୍ୟିକ ଦଣ୍ଡପାଣି ମହାପାତ୍ରଙ୍କ ଦ୍ୱାରା ଧନ୍ୟବାଦ ଅର୍ପଣ କରାଗଲା ଓ ସଭାପତିଙ୍କ ଦ୍ୱାରା ସଭା ସାଂଗ କରାଯାଇଥିଲା ।

jittmm
Leave A Reply

Your email address will not be published.