ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବ୍ଲକ ନୃସିଂହନାଥ ଆୟୁର୍ବେଦ ମହାବିଦ୍ୟାଳୟ ଓ ଗବେଷଣା ପ୍ରତିଷ୍ଠାନର ମିଟିଂ ହଲ୍ରେ ମଙ୍ଗଳବାର ପାଇକମାଲ ପୋଲିସ ତରଫରୁ ଗୋଟିଏ ସଚେତନତା କାର୍ଯ୍ୟକ୍ରମ ଅନୁଡିତ ହୋଇଯାଇଛି । ଏଥିରେ ପ୍ରିନ୍ସପାଲ ଜଗବନ୍ଧୁ ମିଶ୍ର ସଭାପତିତ୍ୱ କରି ଥିବାବେଳେ ଅତିଥି ଭାବରେ ପାଇକମାଲ ଥାନା ଅଧିକାରୀ କୈଳାଶ ଚନ୍ଦ୍ର ପ୍ରଧାନ, ଏସ୍ଆଇ ବୀଣା ତିର୍କୀ, ଡକ୍ଟର ନଳିନୀ ଦାଶ, ପରିଚାଳନା କମିଟି ସମ୍ପାଦକ ଓକିଲ ମନୋଜ ତ୍ରିବେଦୀ ଯୋଗଦେଇ ଛାତ୍ର ଓ ଛାତ୍ରୀମାନଙ୍କୁ ସାଇବର କ୍ରାଇମ ଅପରାଧ, ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନ୍ୟାୟ ଅଧିନିୟମ, ଭାରତୀୟ ନାଗରିକ ସୁରକ୍ଷା ସଂହିତା, ବିଶେଷ କରି ପୁଅଝିଅମାନେ କିପରି ଯୌନ ଲାଳସାର ଠକମାନଙ୍କ ଶିକାର ହେଉଛନ୍ତି ସେନେଇ ବିଷଦ ଭାବରେ ବୁଝାଇ ଥିଲେ । ଆୟୁର୍ବେଦ ମହାବିଦ୍ୟାଳୟର ଅନେକ କର୍ମଚାରୀ ଏଥିରେ ଭାଗ ନେଇଥିଲେ । ଶେଷରେ ଡାକ୍ତର ଅଭିରାମ ଠାକୁର ଧନ୍ୟବାଦ ଅର୍ପଣ କରିଥିଲେ ।

Next Post