oom

ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ରାଜ ବୋଡ଼ାସମ୍ବର ବ୍ଲକ ଅନ୍ତର୍ଗତ ବିଭିନ୍ନ ସ୍କୁଲରେ ସର୍ପ ଦଂଶନ ଓ ବଜ୍ରପାତ ନିମନ୍ତେ ସତର୍କତା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଆଷାଢ ମାସରେ ମୁଖ୍ୟତଃ ସର୍ପ ଦଂଶନ ଓ ଅଚାନକ ବିଜୁଳି ଘଡଘଡି ଯୋଗୁଁ ଅନେକ ଧନ ଜୀବନ ହାନି ହେଉଥିବାରୁ ସାବଧାନତା ଓ ସତର୍କତା ହିଁ ସୁରକ୍ଷାର ବାର୍ତ୍ତା ନେଇ ସାଧନକର୍ମୀ ହରେକୃଷ୍ଣ ମେହେର ଓ ଚନ୍ଦ୍ରମଣି ସାହୁ ଦେଉଳି ହାଇସ୍କୁଲ ସତୀଭଟା, ପଞ୍ଚାୟତ ଉଚ୍ଚବିଦ୍ୟାଳୟ ପୁରେନା ଓ ପଂଚାୟତ ଉଚ୍ଚ ବିଦ୍ୟାଳୟ ଭେଉଁରିଆଠାରେ ଛାତ୍ରଛାତ୍ରୀମାନଙ୍କୁ ସଚେତନ କରାଇଥିଲେ । ସତୀଭଟାଠାରେ ବ୍ଲକ ଶିକ୍ଷା ଅଧିକାରୀ ଲୋକନାଥ ଭୋଇ ସଭାପତିତ୍ୱ କରିଥିବା ବେଳେ ପୁରେନାରେ ପ୍ରଧାନ ଶିକ୍ଷକ ପ୍ରମୋଦ ନାଥ ଓ ଭେଉଁରିଆର ପ୍ରଧାନ ଶିକ୍ଷକ ନରେନ୍ଦ୍ର ସାହୁ ସଭାପତିତ୍ୱ କରିଥିଲେ । ସମସ୍ତ ଛାତ୍ରଛାତ୍ରୀମାନଙ୍କୁ ଏକ ସତର୍କତା ସୂଚନା ପତ୍ର ପ୍ରଦାନ କରାଯାଇଥିଲା । ସୂଚନା ପତ୍ର ଅନୁସାରେ ଛାତ୍ରଛାତ୍ରୀମାନେ ସଚେତନ କରାଇବା ପାଇଁ ଶପଥ ପାଠ କରିଥିଲେ ।

jittmm
Leave A Reply

Your email address will not be published.