oom

ନୃସିଂହନାଥରେ ପ୍ଲାଷ୍ଟିକ ବର୍ଜନ ସଚେତନତା କାର୍ଯ୍ୟକ୍ରମ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଲ ନୃସିଂହନାଥ ଓ ପାଇକମାଲ ବନ ବିଭାଗ ତରଫରୁ ନୃସିଂହନାଥରେ ପ୍ଲାଷ୍ଟିକ ବର୍ଜନ ନେଇ ସଚେତନତା କାର୍ଯ୍ୟକ୍ରମ ବୁଧବାର ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲ ଓ ପରିବେଶ, ଜଳବାୟୁ ପରିବର୍ତନ ବିଭାଗ ଓଡିଶା ସରକାରଙ୍କ ନିର୍ଦେଶକ୍ରମେ ନୃସିଂହନାଥରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ଏକ ସଚେତନତା ରାଲି ସହ ଆମ ଜଙ୍ଗଲକୁ ସୁରକ୍ଷା ଦେବା, ଏକକ ବ୍ୟବହାର ପ୍ଲାଷ୍ଟିକକୁ ନା କହିବା, ପ୍ରତିବର୍ଷ ଗଛ ଲଗାଇ ବଞ୍ଚାଇବା, ଇତ୍ୟାଦି ସ୍ଲୋଗାନ ଦିଆଯାଇଥିଲା । ଏଥି ସହ ଏନେଇ ଅନୁଷ୍ଠିତ ସଚେତନତା ସଭାରେ ରେଞ୍ଜର ହୃଦାନନ୍ଦ ମିଶ୍ର ସଭାପତିତ୍ୱ କରିଥିବା ବେଳେ ପ୍ରକୃତି ବନ୍ଧୁ ବଡ ସତପଥି, ପ୍ରକୃତି ବନ୍ଧୁ ବିଭୁତି ମୁଣ୍ଡ, ଫରେଷ୍ଟର ରମେଶ କୁମାର ପ୍ରଧାନ ଅତିଥି ଭାବେ ଯୋଗଦେଇ ନିଜସ୍ୱ ମତାମତ ଦେଇଥିଲେ । ତୁଲାରାମ ବରିହା, ରଜନୀକାନ୍ତ ବଢ଼େଇ, ଗିରିରାଜ କୁମହାର, ଦୀପକ କୁମାର ନାୟକ, ବସନ୍ତ ବାଗ, ସଚିବନ୍ତ ପଟେଲ, ଜଗମୋହନ ସାହୁ, ମଳୟ ଗଇତା, ଦିବ୍ୟ ରଞ୍ଜନ ହାତୀ ପ୍ରମୁଖ ନୃସିଂହନାଥ ଓ ପାଇକମାଲ ବନ କର୍ମଚାରୀ ମାନେ ଏଥିରେ ଯୋଗ ଦେଇ ଆଲୋଚନାରେ ଭାଗ ନେଇଥିଲେ । ଶେଷରେ ସମସ୍ତେ ମିଶି ଆଖପାଖରେ ପଡ଼ିଥିବା ପ୍ଲାଷ୍ଟିକ ସଂଗ୍ରହ କରିଥିଲେ ।

jittmm
Leave A Reply

Your email address will not be published.