ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ନଭେମ୍ବର ୧୪ ତାରିଖ ଶିଶୁ ଦିବସ ଉପଲେକ୍ଷ ପଦ୍ମପୁର ଆଇନ ସେବା ପ୍ରାଧୀକରଣ ସମିତି ପକ୍ଷରୁ ଏକ ଆଇନ ସଚେତନତା ରେଲି ଅନୁଷ୍ଠିତ ହୋଇଥିଲା । ସବଜଜ୍‌ ଅଭିନନ୍ଦିତା ପଣ୍ତା, ପଦ୍ମପୁର ଏସଡିଜେଏମ୍‌ ବିଡିଡି ଚନ୍ଦନା ପତାକା ଦେଖାଇ ଉଦ୍‌ଘାଟନ କରିଥିଲେ । ଏହି କାର୍ଯ୍ୟକ୍ରମ ଅବସରରେ ବରିଷ୍ଠ ଆଇନଜୀବୀ ଗୌନ୍ତିଆ ସାହୁ, ବଳିଷ୍ଠ କୁମ୍ଭାର, ସିପୁନ ପାଣିଗ୍ରାହୀ, ପ୍ରସନ୍ନ ମହାନନ୍ଦ, ରମେଶ ଜାଲ, ଦେବେନ୍ଦ୍ର ତ୍ରିପାଠୀ ପ୍ରମୁଖ ଉପସ୍ଥିତ ଥାଇ ଏହି ରେଲିରେ ଅଂଶ ଗ୍ରହଣ କରିଥିଲେ । ପଦ୍ମପୁର ସହର ଭିତରେ ବ୍ୟାନର ଧରି ଶୋଭାଯାତ୍ରା ପରିକ୍ରମା କରି ଆଇନ ସଚେତନତା ବାର୍ତ୍ତା ଜଣାଇଥିଲେ । ଗାଇସିଲେଟ ବ୍ଲକ ଜେନକେଡା ସ୍ଥିତ ଗୋପବନ୍ଧୁ ସେବା ସଦନ ସ୍କୁଲରେ ଅତିରିକ୍ତ ଜିଲ୍ଲା ଜଜ୍‌ ଅରବିନ୍ଦ ରଥଙ୍କ ଅଧ୍ୟକ୍ଷତାରେ ଏକ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଥିଲା । ଏହି ଶିବିରରେ ବରଗଡ ଜିଲ୍ଲା ଶିଶୁ ମଙ୍ଗଳ ଅଧିକାରୀ ମେହେର ଓ ବାର ପ୍ରେସିଡେଣ୍ଟ ଉପସ୍ଥିତ ଥିଲେ । ମାଗଣାରେ ଆଇନ ସେବା କିପରି ଜନ ସାଧାରଣ ପାଇବେ ସେ ବିଷୟରେ ସଚେତନ କରାଯାଇଥିଲା ।

Leave A Reply

Your email address will not be published.