oom

ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ତମାଖୁ ସଚେତନତା କାର୍ଯ୍ୟକ୍ରମ

jsmm

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକର ପୋଇରାଶି ପଞ୍ଚାୟତ ତାରିଣୀପଲ୍ଲୀ ଗ୍ରାମରେ ଯୁବ ଗୋଷ୍ଠୀଙ୍କୁ ନେଇ ତମାଖୁ ସଚେତନତା କାର୍ଯ୍ୟକ୍ରମ ଅଞ୍ଚଳର ଅଗ୍ରଣୀ ଯୁବ ସ୍ଵେଚ୍ଛାସେବୀ ସଂଗଠନ ୟୁଥ୍ ଫର୍ ଭିଲେଜ୍ ପକ୍ଷରୁ ଆୟୋଜନ କରାଯାଇଥିଲା । ତମାଖୁ ଜନିତ ସ୍ୱାସ୍ଥ୍ୟ ଅବସ୍ଥା ଦିନକୁ ଦିନ ବୃଦ୍ଧି ପାଉଥିବା ବେଳେ ଆର୍ଥିକ ଓ ସାମାଜିକ ଅବସ୍ଥା ଉପରେ ମଧ୍ୟ ଖରାପ ପ୍ରଭାବ ପଡୁଛି । ଏହି ତମାଖୁ କବଳରେ ବିଭିନ୍ନ କାରଣରୁ କିଶୋର ଅବସ୍ଥାରେ ଯୁବ ଗୋଷ୍ଠୀ ପଡ଼ି ନିଜର ସ୍ୱାସ୍ଥ୍ୟ ଖରାପ କରିବା ସହ ନିଜର ଭବିଷ୍ୟତ ଓ ପରିବାର ପ୍ରତି ଥିବା ଦାୟିତ୍ଵକୁ ନଷ୍ଟ କରିବାରେ ଲାଗିଛନ୍ତି । ତେଣୁ ସେମାନଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରି ଏହି ବିଷାକ୍ତ ଦ୍ରବ୍ୟଠାରୁ ଦୂରେଇ ରହିବା ଲକ୍ଷ୍ୟ ନେଇ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ଅଣ ସଂକ୍ରାମକ ସ୍ୱାସ୍ଥ୍ୟ ପରାମର୍ଶ ଦାତା ଡି. ଦେବହରି ରେଡ୍ଡୀ ଉପସ୍ଥିତ ରହି ଯୁବକ ମାନଙ୍କୁ ତମାଖୁର ସୈତାନୀ ଗୁଣ ଉପରେ ଆଲୋଚନା କରିଥିଲେ । ସଭାପତି କୈଳାଶ ଚନ୍ଦ୍ର ସେଠୀ, ବି. ଦେବାଶିଷ ରେଡ୍ଡୀ, କୋଷାଧ୍ୟକ୍ଷ କାହ୍ନା ଗୌଡ଼, ଆର୍. ଗଣେଶ ରେଡ୍ଡୀ, ଶୁଭମ୍ ମହାରଣା, ପୂର୍ବତନ ସମ୍ପାଦକ ଦୀପକ କୁମାର ସାହୁ, ଶିବରାମ ବେହେରା, ୟୁ. ଲାବଣ୍ୟ ରେଡ୍ଡୀ, ପ୍ରତିଷ୍ଠାତା ସଦସ୍ୟ ଦଣ୍ଡପାଣି ସେଠୀ, ଶିକ୍ଷାବିତ୍ ରବୀନ୍ଦ୍ର କୁମାର ଗୌଡ଼, କେ. ମିଟୁ ରେଡ୍ଡୀ, ମିଥୁନ ଗୌଡ଼ ପ୍ରମୁଖ ଅଂଶ ଗ୍ରହଣ କରି ତମାଖୁ ଠାରୁ ଦୂରେଇ ରହିବା ପାଇଁ ପ୍ରତିଶ୍ରୁତି ଦେବା ସହ ଅନ୍ୟ ମାନଙ୍କୁ ସଚେତନତା ସୃଷ୍ଟି କରିବା ନିମନ୍ତେ ଭିଡିଓ ବାର୍ତ୍ତା ମାଧ୍ୟମରେ ଅନୁରୋଧ କରିଥିଲେ ।

jittmm
Leave A Reply

Your email address will not be published.