ଦର୍ଲିପାଲିରେ ପରିବେଶ ସଚେତନତା କାର୍ଯ୍ୟକ୍ରମ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ପଦ୍ମପୁର ଉପଖଣ୍ଡ ପାଇକମାଳ ବ୍ଲକର ଦର୍ଲିପାଲି ଠାରେ ଲିଙ୍ଗରାଜ ପ୍ରଧାନଙ୍କ ପ୍ରୟାସ ଓ ସହଯୋଗରେ ପରିବେଶ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ମୁଖ୍ୟ ଅତିଥି ରୂପେ ଘେଁସ ମହାବିଦ୍ୟାଳୟର ପୁର୍ବତନ ଅଧ୍ୟକ୍ଷ ଡ. ଭକ୍ତପୂରଣ ସାହୁ ଏବଂ ମୁଖ୍ୟ ବକ୍ତା ରୂପେ ପ୍ରକୃତି ବନ୍ଧୁ ମୀନକେତନ ସାହୁ ଓ ସମ୍ମାନିତ ଅତିଥି ରୂପେ ସୋମରାଜ ପ୍ରଧାନ ଓ ପ୍ରକୃତି ବନ୍ଧୁ ସୁବାଷ ଚନ୍ଦ୍ର ସାହୁ ଯୋଗଦାନ କରି ଦର୍ଲିପାଲି ଗ୍ରାମରେ ସଚେତନତା ରେଲି କରି ଗଛର ବିଭିନ୍ନ ମହତ୍ଵ ଏବଂ ପରିବେଶ ପ୍ରଦୂଷଣ ଉପରେ ଦିଗଦର୍ଶନ ଦେଇଥିଲେ । ଏହି ସଭାରେ ଗ୍ରାମବାସୀ ଉତ୍ସାହ ସହିତ ଯୋଗଦାନ କରି ନିଜ ଗାଁରେ କିପରି ଗୋଟିଏ ଗୋଟିଏ ଗଛ ଲଗାଇ ତାର ଯତ୍ନ ନେବା ପାଇଁ ମତ ପ୍ରଦାନ କରିଥିଲେ । ଉକ୍ତ ସଭାରେ ଲିଂଗରାଜ ପ୍ରଧାନଙ୍କ ୨ ଝିଅଙ୍କ ଜନ୍ମ ଦିବସ ଅବସରରେ ଗାଁର ୪୦ ଜଣ ମହିଳା ମାନଙ୍କୁ ଅଶୋକ ଚାରା ବଣ୍ଟନ କରାଯାଇଥିଲା । ପରିଶେଷରେ ବିଦ୍ୟାଳୟର ସଭାପତି ସମସ୍ତଙ୍କୁ ଧନ୍ୟବାଦ ଦେଇଥିଲେ ।

Leave A Reply

Your email address will not be published.