ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ବାହାରିଲା ସୁଭଦ୍ରା ସଚେତନତା ରଥ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଓଡିଶା ସରକାରଙ୍କ ସୁଭଦ୍ରା ଯୋଜନା ପାଇଁ ଆବେଦନ କରିବାକୁ ଓଡିଶା ସରକାର ଗାଇଡ୍ ଲାଇନ୍ ଜାରୀ କରିଛନ୍ତି । ଜନସାଧାରଣଙ୍କ ମଧ୍ୟରେ ସଚେତନତା ସୃଷ୍ଟି କରିବା ପାଇଁ ଶନିବାର ପବିତ୍ର ଗଣେଶ ପୂଜା ଅବସରରେ ଦିବା ୧୧ଟା ସମୟରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥିତ ଏହି ସଚେତନତା ରଥର ଶୁଭାରମ୍ଭ ହୋଇଛି । ଗଞ୍ଜାମ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ପରିସରରେ ଆୟୋଜିତ ଏକ ଭବ୍ୟ ସମାରୋହରେ ଓଡିଶାର ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ଗୋକୁଳା ନନ୍ଦ ମଲ୍ଲିକ ମୁଖ୍ୟଅତିଥି ଭାବେ ଯୋଗଦେଇ ପରିକ୍ରମଣରେ ବାହାରିଥିବା ସୁଭଦ୍ରା ସଚେତନତା ରଥକୁ ପତାକା ଦେଖାଇ ଏହାର ଶୁଭାରମ୍ଭ କରିଥିଲେ । ଗଞ୍ଜାମ ଜିଲ୍ଲା ପରିଭ୍ରମଣରେ ବାହାରିଥିବା ସୁଭଦ୍ରା ସଚେତନତା ରଥ ଜନସାଧାରଣଙ୍କୁ ସଚେତନ କରାଇବ । ସୁଭଦ୍ରା ଯୋଜନା ଆବେଦନ ପାଇଁ ୱେବ ସାଇଟ୍ ପୋର୍ଟାଲର ସୁଧାର ଆଣିବା ପାଇଁ ସମସ୍ତ ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି ସହାୟିକା ମାନେ ମନ୍ତ୍ରୀଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଏହି କାର୍ଯ୍ୟକ୍ରମରେ ଛତ୍ରପୁର ବିଧାୟକ କୃଷ୍ଣ ଚନ୍ଦ୍ର ନାୟକ, ଛତ୍ରପୁର ବିଜ୍ଞାପିତ ଅଞ୍ଚଳ ପରିଷଦ ଅଧ୍ୟକ୍ଷା ଶ୍ରୀମତୀ ଶର୍ମିଷ୍ଠା ପ୍ରଧାନ, ଗଞ୍ଜାମ ଜିଲ୍ଲାପାଳ ଦିବ୍ୟ ଜ୍ୟୋତି ପରିଡା, ଗଞ୍ଜାମ ଆରକ୍ଷୀ ଅଧ୍ୟକ୍ଷ ଜଗମୋହନ ମୀନା, ଜିଲ୍ଲା ମୁଖ୍ୟ ଉନ୍ନୟନ ଅଧିକାରୀ ତଥା କାର୍ଯ୍ୟ ନିର୍ବାହୀ ଅଧିକାରୀ ମଧୁମୀତା, ଛତ୍ରପୁର ଗୋଷ୍ଠୀ ଉନ୍ନୟନ ଅଧିକାରୀ ସୁଶାନ୍ତ କୁମାର ବରାଳ , ସିଡିପିଓ ପ୍ରଣମିତା ପଣ୍ଡା, ଓଡିଶା ଜୀବିକା ମିଶନଶକ୍ତି ବ୍ଲକ୍ ସଂଯୋଜିକା ମାନିନୀ ଜେନା, ବ୍ୟାଙ୍କ ମିତ୍ର, କୃଷି ମିତ୍ର, ପ୍ରାଣୀ ମିତ୍ର, ଅଙ୍ଗନୱାଡି କର୍ମୀ, ଆଶା କର୍ମୀ, ଅଙ୍ଗନୱାଡି ସହାୟିକା, ବିଏଲ୍‌ଏଫ୍ କର୍ମୀ, ଓଏଲ୍‌ଏମ୍‌, ଜିପିଏଲ୍‌ଏଫ୍ କର୍ମୀ, ମିଶନ୍ ଶକ୍ତି କର୍ମୀ ପ୍ରମୁଖ ଯୋଗ ଦେଇଥିଲେ ।

Leave A Reply

Your email address will not be published.