ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ସଚେତନତା କାର୍ଯ୍ୟକ୍ରମ

ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଓଡ଼ିଶା ରାଜ୍ୟ ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଏଡସ୍‌ ରୋଗ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମକୁ ବ୍ୟାପକ କରାଯାଇଛି । ଏଥି ନିମନ୍ତେ ବିଭିନ୍ନ ଗ୍ରାମାଞ୍ଚଳ ଓ ସହରାଞ୍ଚଳରେ ବିଭିନ୍ନ ପ୍ରକାର ସାମାଜିକ ଗଣମାଧ୍ୟମ ଠାରୁ ବିଦ୍ୟାଳୟ ମହାବିଦ୍ୟାଳୟରେ ମଧ୍ୟ ବହୁ ସଚେତନତାମୂଳକ ବାର୍ତ୍ତା ପ୍ରସାର କରାଯାଉଛି । ଏହି ଅଭିଯାନରେ ଗଞ୍ଜାମ ଜିଲ୍ଲାର ଏଡସ୍‌ ନିୟନ୍ତ୍ରଣ ସମିତି ପକ୍ଷରୁ ଯାତ୍ରା ଓ ମେଳା ପଟୁଆରରେ ବ୍ୟବହାର କରାଯାଉଥିବା କଣ୍ଢେଇ ନାଚ ଭଳି ଏକ ପ୍ରାଚୀନ ଲୋକକଳା ମାଧ୍ୟମରେ ଗଞ୍ଜାମ ଜିଲ୍ଲା ସାରା ସଚେତନ କାର୍ଯ୍ୟକ୍ରମ ଆୟୋଜନ କରାଯାଉଛି । ଏହି କାର୍ଯ୍ୟକ୍ରମରେ ଶୁକ୍ରବାର ପୂର୍ବାହ୍ନରେ ଛତ୍ରପୁର ପୁରୁଣା ବସଷ୍ଟାଣ୍ଡରେ ଏକ ସଚେତନତା କାର୍ଯ୍ୟକ୍ରମ ଆୟୋଜନ କରାଯାଇଥିଲା । କଣ୍ଢେଇ ନାଚ ଦ୍ଵାରା ଉପସ୍ଥିତ ଜନସାଧାରଣଙ୍କୁ ସଚେତନତା କରାଯାଇଥିଲା । ଏହି କାର୍ଯ୍ୟକ୍ରମ ଛତ୍ରପୁର ଉପଖଣ୍ଡ ଚିକିତ୍ସାଳୟର ସମ୍ୱନିତ ପରାମର୍ଶ ଓ ପରୀକ୍ଷା କେନ୍ଦ୍ର ପରାମର୍ଶ ଦାତା ସାନୂଜ କୁମାର ପଟ୍ଟନାୟକ ଓ ଲାବ୍ ଟେକ୍ନିସିଆନ ପଦ୍ମାନନ୍ଦ ଗନ୍ତାୟତ ପରିଚାଳନା କରିଥିଲେ ।

Leave A Reply

Your email address will not be published.