ଡ. ମୌମିତା ଦେବନାଥଙ୍କୁ ନ୍ୟାୟ ପ୍ରଦାନ ପାଇଁ ଜନ ସଚେତନତା ରେଲି

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ସ୍ଥିତ ଜେନିଥ ଲାୟନ୍ସ ଗୁରୁକୁଳ ପକ୍ଷରୁ ଆଜି ଏକ ରେଲି ରାଜବାଟୀ ପଡିଆ ଠାରୁ ଆରମ୍ଭ ହୋଇ ଭେଉଁରିଆ ଛକ ପର୍ଯ୍ୟନ୍ତ ଯାଇଥିଲା । ଏହି ରେଲି କଲିକତାରେ ଘଟିଥିବା ଅମାନବୀୟ ଘଟଣା ଡ. ମୌମିତା ଦେବନାଥଙ୍କୁ ତୁରନ୍ତ ନ୍ୟାୟ ଦାବୀ ପାଇଁ ଆୟୋଜନ କରାଯାଇଥିଲା । ଏଥିରେ ଜେନିଥ ଲାୟନ୍ସ ଗୁରୁକୁଳର ରେଡ୍‌କ୍ରସ୍‌ ଛାତ୍ରଛାତ୍ରୀ ଭାଗନେଇ ନାରୀ ସୁରକ୍ଷା ଉପରେ ସ୍ଲୋଗାନ ଦେଇ ଜନ ସଚେତନତା ସୃଷ୍ଟି କରିଥିଲେ । ଭେଉଁରିଆ ଛକ ଠାରେ ଦ୍ୱୀପ ପ୍ରଜ୍ଜଳନ କରି ଡ. ମୌମିତା ଦେବନାଥଙ୍କୁ ତୁରନ୍ତ ନ୍ୟାୟ ଦାବୀ ପାଇଁ ‘we want justice’ ନାରା ଦେଇଚାଲିଥିଲେ । ଏହି ରେଲିରେ ଜେନିଥ ଲାୟାନ୍ସ ଗୁରୁକୁଳ ପକ୍ଷରୁ ପ୍ରତାପ କୁମାର ମିଶ୍ର, ପବନ ଅଗ୍ରୱାଲ, ଅଧ୍ୟକ୍ଷ ଡ. ମନୋଜ ପଣ୍ଡା, ସମାଜସେବୀ ନିରୋଜ ଦୋରା ଯୋଗଦେଇ ଜନସାଧାରଣଙ୍କୁ ସଚେତନ କରିଥିଲେ । ଏଥିରେ ଉପାଧ୍ୟକ୍ଷ ଡ. ଡିଲେଶ୍ଵର ସାହୁ ସହଯୋଗ କରିଥିଲେ ।

Leave A Reply

Your email address will not be published.