oum

ପଦ୍ମଶ୍ରୀ ବାବା ବଳିଆଙ୍କ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତା ଯାତ୍ରା ଆସନ୍ତା ୪ ତାରିଖ ବଲାଙ୍ଗିର ସହରରେ ପହଞ୍ଚିବ

jsm

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜାତୀୟ ସ୍ତରୀୟ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଚେତନତାର ୨୦ ଦିନିଆ ଯାତ୍ରା ଜଗତସିଂହପୁର, ପୁରୀ, ରାୟଗଡା, ମାଲକାନଗିରି, କୋରାପୁଟ, ନବରଙ୍ଗପୁର, ଭାବନୀପାଟଣା କାର୍ଯ୍ୟକ୍ରମରେ ସହସ୍ରାଧୁକ ବୃକ୍ଷରୋପଣ ସାରି ସଚେତନତା ସଭାମାନ ଅନୁଷ୍ଠିତ କରାଇ ବଲାଙ୍ଗିରରେ ପହଂଚିବାର କାର୍ଯ୍ୟକ୍ରମ ଅଛି । ଚଳିତ ମାସ ତା. ୦୪.୦୭.୨୦୨୪ ଠାରୁ ତା.୦୫.୦୭.୨୦୨୪ ଦୁଇଦିନ ବ୍ୟାପୀ ପିରବେଶ କାର୍ଯ୍ୟକ୍ରମରେ ବୃକ୍ଷରୋପଣ, ପ୍ରୟର ପତ୍ର ବଂଟନ ସହ ସାମ୍ବାଦିକ ସମ୍ମିଳନୀ, ବିଦ୍ୟାଳୟ ଓ ଅନୁଷ୍ଠାନ ମାନଙ୍କରେ ଏହି ଜନ ସଚେତନତାର କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ପ୍ରତ୍ୟହ ସନ୍ଧ୍ୟାରେ କୋଶଳ କଳା ମଣ୍ଡପ, ବଲାଙ୍ଗିର ଠାରେ ସନ୍ଧ୍ୟା ଘ: ୬.୩୦ ମି: ସମୟରେ ପରିବେଶ, ଗଣତନ୍ତ୍ର ଓ ଧର୍ମ ସଂପର୍କିତ ବିଶେଷ ସଭା ଶ୍ରୀମଦ୍ ବାବା ବଳିଆଙ୍କ ପୌରହିତ୍ୟରେ ଅନୁଷ୍ଠିତ ହେବ । ଏହି ସଭାକୁ ବଲାଙ୍ଗିରର ବିଶିଷ୍ଟ ଓ ବରିଷ୍ଠ ସଚେତନ ନାଗରିକମାନେ ଆୟୋଜନ କରୁଥିବା ବେଳେ ଏଥିରେ ଜନସାଧାରଣ, ବିଭିନ୍ନ ଅନୁଷ୍ଠାନ ଓ ଜିଲ୍ଲାବ୍ୟାପୀ ବହୁ ବୁଦ୍ଧିଜୀବୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି । ଶ୍ରୀମଦ୍ ବାବା ବଳିଆଙ୍କ କହିବା କଥା ପରିବେଶ, ଗଣତନ୍ତ୍ର ଓ ଧର୍ମ ଯାହା ପୃଥିବୀ ଓ ଦେଶକୁ ଶାନ୍ତି ପ୍ରଦାନ କରିବାର ବ୍ୟବସ୍ଥା ତାହା ଆଜି ବିଷାକ୍ତ ଓ ଅଶାନ୍ତ । ଏଣୁ ଆଜିଠୁ ଏଥିପ୍ରତି ସଜାଗ ଓ ସଚେତନ ହୋଇ କଥାରେ ନୁହେଁ କାର୍ଯ୍ୟରେ ଏସବୁଙ୍କୁ ପରିଣତ ନକଲେ ଆଗାମୀ ପୀଢ଼ିଙ୍କ ଜୀବନ ବିପଦ ପୂର୍ଣ୍ଣ ହୋଇଉଠିବ । ଏଣୁ କର୍ମକର୍ତ୍ତାମାନେ ଏଥିରେ ଯୋଗଦେବା ନିମନ୍ତେ ଜନସାଧାରଣଙ୍କୁ ନିବେଦନ ।

Leave A Reply

Your email address will not be published.