oum

ସୁସ୍ଥ, ସୁନ୍ଦର ସବୁଜିମା ପରିବେଶ ଗଠନ ନିମନ୍ତେ ସଚେତନତା ପଦଯାତ୍ରା

jsm

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଖିଳ ବିଶ୍ଵ ଗାୟତ୍ରୀ ପରିବାର ଛତ୍ରପୁର ଶାଖା ଆନୁକୁଲ୍ୟରେ ଏବଂ ପ୍ରତିଭା ଆବାସିକ ମହାବିଦ୍ୟାଳୟ ସହଯୋଗରେ ବୃକ୍ଷ ଗଙ୍ଗା ଅଭିଯାନ ଓ ପରିବେଶ ସୁରକ୍ଷା ସଚେତନତା ନିମନ୍ତେ ଏକ ପଦଯାତ୍ରା ରବିବାର ସହର ପରିକ୍ରମା କରିଛି । ଉକ୍ତ ପଦଯାତ୍ରାରେ ଓଡ଼ିଶା ବିଧାନସଭାର ପୂର୍ବତନ ଉପବାଚସ୍ପତି ରାମ ଚନ୍ଦ୍ର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଛତ୍ରପୁର ଏନ୍. ଏ. ସି ଅଧ୍ୟକ୍ଷା ଶର୍ମିଷ୍ଠା ପ୍ରଧାନ, ପ୍ରତିଭା କଲେଜ ଅଧ୍ୟକ୍ଷ ଚିନ୍ମୟ ଦାସ, ଅବସରପ୍ରାପ୍ତ ବରିଷ୍ଠ ପ୍ରଧାନ ଶିକ୍ଷକ ଲକ୍ଷ୍ମଣ ପଣ୍ଡା ପ୍ରମୁଖ ସମ୍ମାନୀତ ଅତିଥି ରୂପେ ଯୋଗଦେଇ ଏହାକୁ ସାଫଲ୍ୟ ମଣ୍ଡିତ କରିଥିଲେ । ଗାୟତ୍ରୀ ପରିବାର ସଦସ୍ୟ ପ୍ରଦୀପ ଆଚାର୍ଯ୍ୟ, ଶ୍ରୀହରି ବେହେରା, କ୍ୟୁୟର୍ସ ସଦସ୍ୟ ଧର୍ମେନ୍ଦ୍ର ବେହେରା, ଅନୁସୟା ପ୍ରଧାନ, ମୁନା ବେହେରା, ବିଶିକେଶନ ଦାସ ପ୍ରମୁଖ ପଦଯାତ୍ରା ପରିଚାଳନାରେ ସକ୍ରୀୟ ସହଯୋଗ କରିଥିଲେ । ମହିଳା ଆତ୍ମ ସହାୟକ ସଂଘ ସଦସ୍ୟା, ଛାତ୍ରଛାତ୍ରୀ, ଗାୟତ୍ରୀ ପରିବାର ସଦସ୍ୟ ଓ ସ୍ୱେଚ୍ଛାସେବୀମାନେ ବୃକ୍ଷରୋପଣ, ପରିବେଶ ସୁରକ୍ଷା ପ୍ରଚାର ପତ୍ର, ଡ଼ାକବାଜି ଯନ୍ତ୍ର ଓ ସ୍ଲୋଗାନ ମାଧ୍ୟମରେ ପ୍ରଚାର କରି ସହର ପରିକ୍ରମା କରିଥିଲେ । ସମସ୍ତ କାର୍ଯ୍ୟକ୍ରମକୁ ଅରୁଣ ଶତପଥୀ ପରିଚାଳନା କରିଥିବା ସାଂଗକୁ ଧନ୍ୟବାଦ ଅର୍ପଣ କରିଥିଲେ ।

Leave A Reply

Your email address will not be published.