oom

ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନ ହିତକର ଯୋଜନାର ସଚେତନତା କାର୍ଯ୍ୟକ୍ରମ

jsmm

କଣ୍ଟାବାଞ୍ଜି, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀ ମୁରିବାହାଲ ବ୍ଲକ ଅନ୍ତର୍ଗତ ମାଲିସିରା ଗ୍ରାମପଞ୍ଚାୟତ, ତେନ୍ତୁଳିଖୁଣ୍ଟି ଗ୍ରାମ ପଞ୍ଚାୟତ, ସିରୋଲ ଗ୍ରାମ ପଞ୍ଚାୟତ ଏବଂ ବାଙ୍କେଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ସମସ୍ତ ଗ୍ରାମ ଗୁଡିକରେ ଘରେ ଘରେ ଶଙ୍ଖ ଓ ମୁଖ୍ୟମନ୍ତ୍ରୀଙ୍କ ଜନହିତକର ଯୋଜନାର ସଚେତନତା କାର୍ଯ୍ୟକ୍ରମ ଗତ ୨୩ ତାରିଖ ଶୁକ୍ରବାର ଦିନ ହୋଇଯାଇଛି । ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ସ୍ୱତନ୍ତ୍ର ଉନ୍ନୟନ ପାଣ୍ଠି ଉପାଧ୍ୟକ୍ଷା ଶ୍ରୀମତୀ ନିରୁପମା ମାଝିଙ୍କ ନେତୃତ୍ୱରେ ଏହି କାର୍ୟ୍ୟର୍ଯ୍ୟମ ହୋଇଥିଲା । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ରୂପେ ଡବ୍ଲୁଓଡିସି ବିଶେଷଜ୍ଞ ସଦସ୍ୟ ହଂସରାଜ ଜୈନ ମୁଖ୍ୟ ଅତିଥି ଭାବେ ସାମିଲ ହୋଇଥିଲେ । ଉକ୍ତ କାର୍ଯ୍ୟକ୍ରମରେ ଶହ ଶହ କର୍ମୀ ଚାରୋଟି ଜିପି ପରିକ୍ରମା କରିଥିଲେ ଏବଂ ପ୍ରତି ଘରେ ଘରେ ଶଙ୍ଖ ଚିହ୍ନ ଲଗାଇଥିଲେ । ଅନ୍ୟାନ୍ୟ ବରେଣ୍ୟ ଅତିଥିମାନଙ୍କ ମଧ୍ୟରେ ବିଜେଡି ବରିଷ୍ଠ ନେତା ଦିଲ୍ଲୀପ କୁମାର ପୃଷ୍ଟି, ବିଟୁ ସିଂହା, ଶ୍ରୀଧର ମାଝୀ, କାଶ୍ୟପ ସରାଫ, କିଶୋର ବେହେରା, ଦୁଳମଣି ବାଗ, ଅଗସ୍ତି ବାଗ, ତପନ ଦୀପ, ଶରତ ପୁଟେଲ, ପିଣ୍ଟୁ ଦୀପ, ଘାଟୁ ପାଣିଗ୍ରାହୀ, ପୁର୍ଣ୍ଣ ସାହୁ, ଚନ୍ଦ୍ର ବାଗ, ତୁଷାର ବାଗ, ଲମ୍ବୁଧର ବଗର୍ତ୍ତୀ, ମୋହନ ହାତୀ, ଧୁବା ମହାକୁଡ଼, ଉମା ହାତୀ, ବୈଷ୍ଣବ ହାତୀ, ବିନୋଦ ଦୀପ, ବରୁଣ ଲୁହା, ମାୟା ପୋଡ଼ ପ୍ରମୁଖ ଉପସ୍ଥିତ ଥିଲେ । ଏହି କାର୍ଯ୍ୟକ୍ରମରେ ଅଞ୍ଚଳର ଶହ ଶହ ମହିଳା ଓ ପୁରୁଷ ପ୍ରତି ଗ୍ରାମ ଓ ପ୍ରତି ଘର ଦ୍ୱାର ବୁଲି ବୁଲି ପଦଯାତ୍ରା କରିଥିଲେ ।

jittmm
Leave A Reply

Your email address will not be published.