oom

ସରକାରୀ ବାଳିକା ହାଇସ୍କୁଲରେ ପୋକ୍ସୋ ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ

jsmm

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସରକାରୀ ବାଳିକା ହାଇସ୍କୁଲରେ ଶୁକ୍ରବାର ଅପରାହ୍ନରେ ମୌଳିକ ଅଧିକାର ତଥା ପୋକ୍ସୋ ଆଇନ ଏବଂ ଜେ.ଜେ.(ସିପିସି) ଆଇନ ଉପରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଛି । ଏହି ଶିବିରଟି କଂଟାବାଂଜି ତାଲୁକ ଆଇନ ସହାୟତା ସେବା କମିଟସି ଦ୍ୱାରା କରାଯାଇଥିଲା । ଏହି ସଚେତନତା ଶିବିରେ ତାଲୁକ ଆଇନ ସହାୟତା କମିଟି ଅଧ୍ୟକ୍ଷ ତଥା ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ହିମାଂଶୁ ଶେଖର ମଲ୍ଲିକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ଅନ୍ୟ ଅତିଥି ଭାବେ କଂଟାବାଂଜି ସବ୍‌ ଜଜ୍‌ ପରିତୋଷ ସେଠି, ଜେ.ଏମ୍‌.ଏଫ୍‌.ସି. ରାହୁଲ କୁମାର ଜେନା ସମ୍ମାନୀତ ଅତିଥି ଭାବେ ମଂଚାସୀନ ଥିବା ବେଳେ ବିଦ୍ୟାଳୟ ପ୍ରଧାନ ଶିକ୍ଷକ ଅଶୋକ କୁମାର ତରିଆ, ଅଧ୍ୟାପକ କେ.ଭି.କଲେଜ ସଂଜୟ କୁମାର ମିଶ୍ର ମଂଚାସୀନ ଥିଲେ । ଏହି ସଚେତନତା ଶିବିରରେ ଶତାଧିକ ଛାତ୍ରୀମାନଙ୍କୁ ପୋକ୍ସୋ ଆଇନ ତଥା ଜେ.ଜେ. (ସିପିସି) ଆଇନ ଉପରେ ମଂଚାସୀନ ଅତିରିକ୍ତ ଜିଲ୍ଲା ଦୌରାଜଜ୍‌ ଶ୍ରୀ ମଲ୍ଲିକ, ସବ୍‌ ଜଜ୍‌ ଶ୍ରୀ ସେଠି ଏବଂ ଜେ.ଏମ.ଏଫ.ସି. ଶ୍ରୀ ଜେନା ସୂଚନା ଦେବା ସହ ଛାତ୍ରୀମାନଙ୍କ ବିଭିନ୍ନ ମୌଳିକ ଅଧିକାର ଉପରେ ସୂଚନା ଦେଇଥିଲେ । ଏହି ସଚେତନତା ଶିବିରରେ ବିଦ୍ୟାଳୟର ଛାତ୍ରୀମାନେ, ଶିକ୍ଷୟତ୍ରୀ ଶିକ୍ଷକ, ପାରା ଲିଗାଲ ଭୋଲେଂଟିୟର କାହ୍ନୁ ଚରଣ ମିଶ୍ର ସହ କୋର୍ଟ କର୍ମଚାରୀ ସାମିଲ ଥିଲେ ।

jittmm
Leave A Reply

Your email address will not be published.