centurian jitm

ସାଇଟ ନର୍ସିଂଦ୍ୱାରା ବଟଲିଂପ୍ଲାନ୍‌ଟରେ ସ୍ୱାସ୍ଥ୍ୟ ସଚେତନତା ଶିବିର

nschool

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାମଜୀ ଯୁବକ ସଂଘର ସଂପାଦକ ଡ. ନାରାୟଣ ପ୍ରସାଦ ମିଶ୍ରଙ୍କ ଆହ୍ୱାନ କ୍ରମେ ରାମଜୀ ଯୁବକ ସଂଘ, ସଦାଇପାଲି ଏବଂ ସାଇଟ ନର୍ସିଂ ମହାବିଦ୍ୟାଳୟ, ସଦାଇପାଲିର ମିଳିତ ଆନୁକୂଲ୍ୟରେ ଏକ ସ୍ୱାସ୍ଥ୍ୟ ସଚେତନତା ଶିବିର ବଲାଙ୍ଗିର ଜିଲ୍ଲାର ସଦାଇପାଲି ସ୍ଥିତ ବି.ପି.ସି.ଏଲ୍‌, ଏଲ୍‌.ପି.ଜି ବଟଲିଂପ୍ଲାନ୍‌ଟରେ ଆୟୋଜିତ ହୋଇଯାଇଛି । ଶିବିରର ମୁଖ୍ୟ ଉଦ୍ଦେଶ୍ୟ ହେଲା ବଟଲିଂପ୍ଲାନ୍‌ଟରେ କାର୍ଯ୍ୟରତ କର୍ମଚାରୀମାନେ ନିଜକୁ ସୁରକ୍ଷିତ ରଖିବା ପାଇଁ କୋ ପ୍ରକାରର ସ୍ୱାସ୍ଥ୍ୟ ସମନ୍ଧୀୟ ସୁରକ୍ଷା ସବୁ ଅବଲମ୍ବନ କରିବେ ସେ ଉପରେ ସେମାନଙ୍କୁ ସଚେତନ କରିବା । ବି.ଏସ୍‌.ସି. ନର୍ସିଂ ଛାତ୍ରୀ ସୁସ୍ମିତା ସୁନାଙ୍କ ଦ୍ୱାରା ସ୍ୱାଗତ ଭାଷଣ ପ୍ରଦାନ କରାଗଲା ପରେ ଶିଳ୍ପାନୁଷ୍ଠାନରେ କାର୍ଯ୍ୟରତ କର୍ମଚାରୀମାନଙ୍କ ପ୍ରତି ଥିବା ବିପଦ ଓ ତାଙ୍କର ସ୍ୱାସ୍ଥ୍ୟ ଉପରେ ଅଲୋକପାତ କରିଥିଲେ ବି.ଏସ୍‌.ସି. ନର୍ସିଂ ଛାତ୍ରୀ ଜେନିଫା ନାଏକ, ଏଲ୍‌.ପି.ଜି ଗ୍ୟାସ୍‌ର ସ୍ୱାସ୍ଥ୍ୟ ଉପରେକୁ ପ୍ରଭାବ ବିଷରେ ଆଲୋଚନା କରିଥିଲେ ବି.ଏସ.ସି. ନର୍ସିଂ ଛାତ୍ରୀ ସୁସ୍ମିତା ସୁନା, ପ୍ରାଥମିକ ସ୍ୱାସ୍ଥ୍ୟ ଉପରେ ବୁଝାଇଥିଲେ ବି.ଏସ.ସି. ନର୍ସିଂ ଛାତ୍ରୀ ଚିନ୍ମୟୀ ସାହୁ, ପୋଡାଜଳା ପରିଚାଳନା ପାଇଁ ଆବଶ୍ୟକ ପଦକ୍ଷେପ ଉପରେ କହିଥିଲେ ବି.ଏସ.ସି. ନର୍ସିଂ ଛାତ୍ରୀ ନିବେଦିତା ମେହେର ଏବଂ ଶିଳ୍ପାନୁଷ୍ଠାନରେ ହେଉଥିବା ଦୁର୍ଘଟଣାକୁ ଏଡାଇବା ପାଇଁ ସୁରକ୍ଷାର ଉପାୟ ସବୁ ବୁଝାଇଥିଲେ ବି.ଏସ.ସି. ନର୍ସିଂ ଛାତ୍ରୀ ହିତିକା ମହାନ୍ତି । କାର୍ଯ୍ୟକ୍ରମ ଶେଷରେ ବି.ଏସ୍‌.ସି. ନର୍ସିଂର ଚତୁର୍ଥ ବର୍ଷର ଛାତ୍ରୀମାନଙ୍କ ଦ୍ୱାରା ହୃଦ୍‌ଘାତ ସମୟରେ ଅବଶ୍ୟକ ସି.ପି.ଆର୍‌ ଉପରେ ଏକ ନାଟକ ପ୍ରଦର୍ଶନ କରାଯାଇଥିଲା । କାର୍ଯ୍ୟକ୍ରମରେ ବି.ପି.ସି.ଏଲ୍‌, ଏଲ୍‌.ପି.ଜି ବଟଲିଂପ୍ଲାନ୍‌ଟଙ୍କର ମେନେଜର ଏବଂ ସମସ୍ତ କର୍ମଚାରୀ ବୃନ୍ଦ ଓ ସାଇଟ୍‌ ନର୍ସିଂ ମହାବିଦ୍ୟାଳୟର ଅଧ୍ୟକ୍ଷା, ଅଧ୍ୟାପକ ଅଧ୍ୟାପିକା ବୃନ୍ଦ ଉପସ୍ଥିତ ରହି ସମସ୍ତଙ୍କୁ ଉତ୍ସାହିତ କରିଥିଲେ । ଧନ୍ୟବାଦ ଅର୍ପଣ କରିଥିଲେ ବି.ଏସ.ସି. ନର୍ସିଂର ଛାତ୍ରୀ ମନିଷା ଆର. ନାଏକ ।

Leave A Reply

Your email address will not be published.