
ବ୍ରହ୍ମପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଛତ୍ରପୁର ରୋଟାରୀ କ୍ଲବ ଆନୁକୂଲ୍ୟରେ ପ୍ରାକୃତିକ ଚିକିତ୍ସା ଉପରେ ଏକ ସଚେତନତା ଶିବିର ଗତ ରବିବାର ଅନୁଷ୍ଠିତ ହୋଇଯାଇଛି । ବ୍ରହ୍ମପୁରର ଅଗ୍ରଣୀ ସଂଗଠନ ଓନ୍ ହିଲିଙ୍ଗର ପ୍ରତିଷ୍ଠାତା ପ୍ରମୋଦ କୁମାର ପଣ୍ଡା ମୁଖ୍ୟଅତିଥି ଭାବେ ଯୋଗଦେଇ ଜୀବନ ଶୈଳୀର ଧାରା ସହ ପ୍ରାକୃତିକ ଚିକିତ୍ସାର ମହତ୍ତ୍ୱ ଉପରେ ପ୍ରତିପାଦନ କରିଥିଲେ । ଡାକ୍ତର ପ୍ରକାଶ ଚନ୍ଦ୍ର ନନ୍ଦ ସମ୍ମାନୀତ ଅତିଥି ଭାବେ ଯୋଗଦେଇ ପ୍ରାକୃତିକ ଚିକିତ୍ସା ଉପରେ ଆଲୋକପାତ କରି ପ୍ରାକୃତିକ ଚିକିତ୍ସାର ମହନୀୟ ଗୁଣ, ବିଭିନ୍ନ ରୋଗର ଲକ୍ଷଣ, କାରଣ,ଏବଂ ନିରାକରଣ ଉପରେ ବିଭିନ୍ନ ଆଶୁ ଲାଭପ୍ରଦ ଉପରେ ବିଶଦ ଭାବେ ବୁଝାଇଥିଲେ । ବିନା ଔଷଧରେ କିପରି ରୋଗରୁ ଆରୋଗ୍ୟ ଲାଭ କରିବା ଅବା ନିବାରଣ ହୋଇପାରିବା ତାହାରି ଉପରେ ଆଲୋକପାତ କରିଥିଲେ । ପ୍ରାରମ୍ଭରେ ପ୍ରାକ୍ତନ ସଭାପତି ତଥା ରୋଟାରୀୟାନ୍ ନିରଞ୍ଜନ ପାତ୍ର ପୁଷ୍ପଗୁଚ୍ଛ ସହ ଉପଢୌକନ ଦେଇ ଅତିଥିଙ୍କୁ ସମ୍ବର୍ଦ୍ଧିତ କରିଥିଲେ । ସର୍ବଶ୍ରୀ ରୋଟାରୀୟାନ୍ କେ. ବାସୁଦେବ ରାଓ, ରମଣୀ ରଂଜନ ସାହୁ, ଆଡଭୋକେଟ ସୁରଜିତ ସାମନ୍ତରାୟ, ହାଇକୋର୍ଟ ଓକିଲ ପଦ୍ମଚରଣ ସାହୁ ପ୍ରମୁଖ ସକ୍ରୀୟ ସହଯୋଗ ଓ ପରିଚାଳନା କରିଥିଲେ । ଶେଷରେ କ୍ଲବର ସମ୍ପାଦକ ଦ୍ୱାରିକା ପଟ୍ଟନାୟକ ଧନ୍ୟବାଦ ଜଣାଇଥିଲେ ।