ସୁଭଦ୍ରା ଯୋଜନାର ସଠିକ୍ ବିନିଯୋଗ ପାଇଁ ସଚେତନତା ଶିବିର

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ନାରୀ ସଶକ୍ତିକରଣ ପାଇଁ ସରକାରଙ୍କ ସୁଭଦ୍ରା ଯୋଜନାକୁ ସଠିକ ରୂପାୟନ ପାଇଁ ଗୁରୁବାର ଅପରାହ୍ନରେ ପୁରୀ ଜିଲ୍ଲା ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଗଡ଼ମୋଟରୀ କଲ୍ୟାଣ ମଣ୍ଡପ ପରିସରରେ ପଥପ୍ରାନ୍ତ ସଭା ମାଧ୍ୟମରେ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟଅତିଥି ଭାବେ ବିଧାୟକ ଆଶ୍ରିତ ପଟ୍ଟନାୟକ, ସିଡିପିଓ ଜାପାନୀ ମିତ୍ରଙ୍କ ସମେତ ଶାସକ ଦଳର ତିନି ମଣ୍ଡଳର ସଭାପତି ପ୍ରମୁଖ ଯୋଗଦେଇଥିଲେ । ସୁଭଦ୍ରା ଯୋଜନାର ସଠିକ୍ ବିନିଯୋଗ କରି ନାରୀ ସଶକ୍ତ ହେଉଛନ୍ତି, ଆଗାମୀ ଦିନରେ ଯେଉଁ ମହିଳା ଏହି ଯୋଜନାରୁ ବଞ୍ଚିତ ହୋଇଛନ୍ତି ସେମାନଙ୍କର ବ୍ୟାଙ୍କର କେୱାଇସିକୁ କାର୍ଯ୍ୟକାରିତା କରି ରଖିବାକୁ କହି କହିଥିଲେ । ଏହି କାର୍ଯ୍ୟକ୍ରମରେ ଅଙ୍ଗନବାଡି ସୁପର ଭାଇଜର, ଅଙ୍ଗନବାଡ଼ି କର୍ମୀ, ଅଙ୍ଗାନାୱାଡି ସହାୟିକା, ସୁଭଦ୍ରା ହିତାଧିକାରୀମାନେ ଯୋଗଦେଇ ନୃତ୍ୟ, ଗୀତ, ପଥପ୍ରାନ୍ତ ଅଭିନୟ ମାଧ୍ୟମରେ ମହିଳା ମାନଙ୍କୁ ସଚେତନ କରାଇ ଥିଲେ ।

Leave A Reply

Your email address will not be published.