ମୁରିବାହାଲ ପୁଲିସ୍ ପକ୍ଷରୁ ସାଇବର ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

  • ନିଜେ ସଚେତନ ହୋଇ ଅନ୍ୟକୁ ସଚେତନ କରିବା

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ଥାନା ପୁଲିସ ପକ୍ଷରୁ ସ୍ଥାନୀୟ ପଞ୍ଚାୟତ ସମିତି ଡ଼ିଗ୍ରୀ ମହାବିଦ୍ୟାଳୟରେ ସାଇବର ସୁରକ୍ଷା ଅଭିଯାନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହା ପୂର୍ବରୁ ସାଇବର ରଥ ସହ ସମସ୍ତ ଛାତ୍ରଛାତ୍ରୀଙ୍କୁ ନେଇ ପ୍ଲାକାର୍ଡ ଧରି ଏକ ବିରାଟ ସାଇବର ସଚେତନତା ଶୋଭାଯାତ୍ରା ଅନୁଷ୍ଠିତ ହୋଇଥିଲା । ମୁରିବାହାଲ ଥାନା ଆଇଆଇସି ସନାତନ ସାହୁଙ୍କ ପ୍ରତ୍ୟେକ୍ଷ ତତ୍ୱାବଧାନରେ ତଥା କଣ୍ଟାବାଞ୍ଜି ଏସ୍‌ଡିପିଓ ଲକ୍ଷ୍ମୀନାରାୟଣ ମାରାଣ୍ଡିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁରିବାହାଲ ଗୋଷ୍ଠୀ ଉନ୍ନୟନ ଅଧିକାରୀ ବାସନ୍ତୀ ସେଠୀ ମୁଖ୍ୟ ଅତିଥି, ତହସିଲଦାର ଜଗଦୀଶ କର୍ତ୍ତାମୀ, ମୁରିବାହାଲ ଷ୍ଟେଟ ବ୍ୟାଙ୍କ ଶାଖା ପରିଚାଳକ ଚକ୍ରଧର ସାହୁ, ଜିଲ୍ଲା ସାଇବର ସେଲ ଓଆଇସି ଅଲେଖ ଗର୍ଡିଆ, ଡ଼ିଗ୍ରୀ କଲେଜ ଅଧ୍ୟକ୍ଷ ସରୋଜ କୁମାର ନାୟକ, ଏଏସଆଇ ମଧୁ ସାହୁ, ରିପନ୍ ମିଶ୍ର ପ୍ରମୁଖ ସମ୍ମାନିତ ଅତିଥି ରୂପେ ଯୋଗଦେଇଥିଲେ । ବର୍ତ୍ତମାନର ସାଇବର ଠକେଇରେ ଲୋକେ ଡିଜିଟାଲ ଆରେଷ୍ଟ, ନିବେଶ ଓ ଟ୍ରେଡିଂ ଠକେଇ, ପାର୍ଶଲ, କଷ୍ଟମ ଠକେଇ, ନକଲି ଋଣ/ତତ୍କାଳ କ୍ରେଡିଟ ଆପ, ନକଲି ପରିଚୟ ଓ ଓଟିପି, ଚାକିରି ଓ ଘରୁ କାମ କରିବାର ଠକେଇ, ଇ କମର୍ସ ରିଫଣ୍ଡ/ଅଫର ଆଦି ଠକେଇର ଶିକାର ହେଉଥିବା ଅଭିଯୋଗ ହେଉଛି । ଅତିଥିମାନେ ଏଥିପାଇଁ ସାଧାରଣ ଲୋକଙ୍କ ସହ ଛାତ୍ରଛାତ୍ରୀ କିପରି ସାଇବର ଠକେଇର ଶିକାର ନ ହେବେ ସେଥିପାଇଁ ବିଭିନ୍ନ ପ୍ରକାରର ପ୍ରତିକାର ବ୍ୟବସ୍ଥା ଗ୍ରହଣ ସମ୍ପର୍କରେ ଅବଗତ କରିଥିଲେ । ଏଥିପାଇଁ ନିଜେ ସଚେତନ ହେବା ସହ ନିଜ ପାଖ ପଡ଼ୋଶୀଙ୍କୁ ମଧ୍ୟ ସଚେତନ କରାଇବା ସହ ସାଇବର କ୍ରାଇମ ଟୋଲ ଫ୍ରି ନଂ ୧୯୩୦ ର ଉପଯୋଗ ଉପରେ ଗୁରୁତ୍ୱ ପ୍ରଦାନ କରାଯାଇଥିଲା । ପରେ ସାଇବର ଶପଥ ପାଠ କରାଯାଇଥିଲା । ମନୋଜ କୁମାର ବାଗଙ୍କ ସଂଯୋଜନାରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ପାଟଣାଗଡ଼ ସାତକୁଆଁରୀ ଅନୁଷ୍ଠାନ ପକ୍ଷରୁ ସାଇବର ସଚେତନଧର୍ମୀ ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇଥିବା ବେଳେ ଅଧ୍ୟକ୍ଷ ଶ୍ରୀ ନାୟକ ଧନ୍ୟବାଦ୍ ଦେଇଥିଲେ । ଏହି କାର୍ଯ୍ୟକ୍ରମରେ ପୁଲିସ ଥାନାର ସମସ୍ତ କର୍ମଚାରୀ, ସାଇବର ଥାନା କର୍ମଚାରୀ, ଗଣମାଧ୍ୟମ ପ୍ରତିନିଧି, ଅଧ୍ୟାପକ, ଅଧ୍ୟାପିକା, ଡ଼ିଗ୍ରୀ କଲେଜ ଓ ଓଡ଼ିଶା ଆଦର୍ଶ ବିଦ୍ୟାଳୟର ସମସ୍ତ ଛାତ୍ରଛାତ୍ରୀ ଉପସ୍ଥିତ ଥିଲେ ।

Leave A Reply

Your email address will not be published.