
- ଗୋଟିଏ ଦେଶ, ଗୋଟିଏ ମିଶନ ବନ୍ଦ ହେବ ପ୍ଲାଷ୍ଟିକ୍ ପ୍ରଦୂଷଣ
ନୂଆଦିଲ୍ଲୀ, (ପିଆଇବି) : ବିଶ୍ୱ ପରିବେଶ ଦିବସ ଅବ୍ୟବହିତ ପୂର୍ବରୁ କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରଣାଳୟ ପକ୍ଷରୁ ପ୍ଲାଷ୍ଟିକ ପ୍ରଦୂଷଣ ବିରୋଧରେ ଏକ ଦେଶବ୍ୟାପୀ ଗଣସଚେତନତା କାର୍ଯ୍ୟକ୍ରମ ଆରମ୍ଭ କରାଯାଇଛି । ଏହି ଅଭିଯାନର ନାଁ ରଖାଯାଇଛି “ଗୋଟିଏ ଦେଶ, ଗୋଟିଏ ମିଶନ: ବନ୍ଦ ହେବ ପ୍ଲାଷ୍ଟିକ୍ ପ୍ରଦୂଷଣ” । ମିଶନ ଲାଇଫ ଅଧିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ପ୍ରଦର୍ଶିତ ପ୍ଲାଷ୍ଟିକର ପରିବେଶ ଅନୁକୂଳ ବିକଳ୍ପ ସଂପର୍କରେ ଲୋକମାନଙ୍କୁ ଏହି ଅଭିଯାନ ସଚେତନ କରିବ ବୋଲି କେନ୍ଦ୍ର ପରିବେଶ, ଜଙ୍ଗଲ ଓ ଜଳବାୟୁ ପରିବର୍ତ୍ତନ ମନ୍ତ୍ରୀ ଭୂପେନ୍ଦର ଯାଦବ ‘ଏକ୍ସ’ରେ ଲେଖିଛନ୍ତି । ଏ ଆହୁରି ମଧ୍ୟ ଲେଖିଛନ୍ତି ଯେ ଆସନ୍ତୁ ପ୍ଲାଷ୍ଟିକ ପ୍ରଦୂଷଣକୁ ବନ୍ଦ କରି ଏକ ପରିବେଶ ଅନୁକୂଳ ସ୍ଥାୟୀ ଜୀବନଯାପନ ଲାଗି ଆମ ସଚେତନତାକୁ କାର୍ଯ୍ୟରେ ପରିଣତ କରିବା ।