jittmm

ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଓଡିଶା ରାଜ୍ୟ ଆଇନ ସେବା ପ୍ରାଧିକରଣ ନିର୍ଦ୍ଦେଶ ଅନୁସାରେ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ଅନୁମତି କ୍ରମେ ଆଜି ପୂର୍ବାହ୍ନରେ ବିଡିଘାଟ ଫଚାୟତଠାରେ କଠିନ ବର୍ଜ୍ୟବସ୍ତୁ ପରିଚାଳନା ଏବଂ ପରିବେଶ ସୁରକ୍ଷା ଉପରେ ଆଇନ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ଜିଲ୍ଲା ଆଇନ ସେବା ପ୍ରାଧ୍ଵୀକରଣର ସଚିବ ପବିତ୍ରାନନ୍ଦ ପ୍ରଧାନ ଯୋଗ ଦେଇ କଠିନ ବର୍ଜ୍ୟବସ୍ତୁର ବ୍ୟବହାର ଓ ପରିବେଶ ସୁରକ୍ଷା ଉପରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଉକ୍ତ ଶିବିରରେ ପୌର ପରିଷଦର ବରୁନ ସେଠ ଯୋଗ ଦେଇ କଠିନ ବର୍ଜ୍ୟବସ୍ତୁର ବିଭିନ୍ନ ପୁନଃ ବ୍ୟବହାର ଉପରେ ସଚେତନ କରାଇଥିଲେ । ଶିବିରରେ ବିଡିଘାଟ ଫଚାୟତ ପିଇଓ ମହେନ୍ଦ୍ର ସେଠ ଉପସ୍ଥିତ ରହି କାର୍ଯ୍ୟକ୍ରମକୁ ସୂଚାର ଭାବେ ପରିଚାଳନା କରିଥିଲେ ।

Leave A Reply

Your email address will not be published.