jayashree

ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ ପକ୍ଷରୁ ବିଶ୍ୱ ଏଡ୍‌ସ ଦିବସରେ ସଚେତନ ହେଲେ ମହିଳା

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ସୋସାଇଟି ଫର୍‌ ନେଚର ଏଜୁକେସନ ଆଣ୍ଡ ହେଲଥ (ସ୍ନେହ) ଓ ମର୍କ୍ୟୁରି ଫୋଇନିକ୍ସ ଟ୍ରଷ୍ଟର ମିଳିତ ଆନୁକୂଲ୍ୟରେ ସ୍ଥାନୀୟ ସାଲିଆ ସାହି ଭୁବନେଶ୍ୱରଠାରେ ବିଶ୍ୱ ଏଡ୍‌ସ ଦିବସ ପାଳିତ ହୋଇଯାଇଛି । ଏଥିରେ ମଣିପାଲ ଚିକିତ୍ସାଳୟର ସ୍ତ୍ରୀ ଓ ପ୍ରସୂତି ରୋଗ ବିଶେଷଜ୍ଞ ଡ଼ଃ ଶିବାନୀ ଦେବୀ, ସମ ନର୍ସିଂ କଲେଜର ବନ୍ଦିତା ସାହୁ ଓ କବିତା ସାହୁ ଅତିଥି ରୂପେ ଯୋଗ ଦେଇଥିଲେ । ୩ଘଣ୍ଟା ଧରି ଚାଲିଥିବା ଏହି ସଚେତନତା କାର୍ଯ୍ୟକ୍ରମରେ ଶତାଧିକ ମହିଳା, ଯୁବକ ଓ ଯୁବତୀ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମ ପ୍ରାରମ୍ଭରେ ଅନୁଷ୍ଠାନର ସଂଯୋଜକ ଦିବାକର ମହାଲି ଅତିଥି ପରିଚୟ ପ୍ରଦାନ କରିଇଥିଲେ ଓ ପରେ ଅତିଥିମାନେ ମହିଳାମାନଙ୍କୁ ସେମାନଙ୍କ ସ୍ୱାସ୍ଥ୍ୟର କିପରି ଯତ୍ନ ନେବେ ସେ ବିଷୟରେ ସୂଚନା ଦେଇଥିଲେ । ସେହିପରି ଡ଼ଃ ଶିବାନୀ ଦେବୀ ଏ ବର୍ଷର ମୁଖ୍ୟ ବିଷୟ ‘ମୋ ସ୍ୱାସ୍ଥ୍ୟ ଓ ମୋ ଅଧିକାର’ କୁ ନେଇ ଏଡ୍‌ସ ଉପରେ ଜନତାଙ୍କୁ ସଚେତନ କରାଇବା ସହ ଯୁବକ ଯୁବତୀମାନେ କିପରି ଏଡ୍‌ସର ପ୍ରକୋପରୁ ସୁରକ୍ଷିତ ରହିବେ, ସେ ସମ୍ବନ୍ଧରେ ଆଲୋଚନା କରିଥିଲେ । ପରେ ଛତ୍ରପୁର ଏସ୍‌ଡ଼ିଜେଏମ୍ କୋର୍ଟର କ୍ୟାଡ଼ର ଏପିପି ରାଜେଶ କୁମାର ମିଶ୍ର ସମସ୍ତଙ୍କୁ ସ୍ୱାସ୍ଥ୍ୟଗତ ସାମ୍ବିଧାନିକ ଅଧିକାର ବିଷୟରେ ଅବଗତ କରାଇଥିଲେ । ଏହି କାର୍ଯ୍ୟକ୍ରମ ଶେଷରେ ବିଭିନ୍ନ ନାରାବାଜି ସହ ଏକ ସଚେତନତା ପଦଯାତ୍ରା କରାଯିବା ସହ ଦୀପଦାନ କରାଯାଇଥିଲା ଓ ଏଡ୍‌ସକୁ ନେଇ ପୂର୍ବରୁ ପ୍ରସ୍ତୁତ ଏକ ଶୈକ୍ଷଣିକ ନୃତ୍ୟ ପରିବେଷଣ କରାଯାଇଥିଲା । ସେହିପରି ଏଡ୍‌ସ ସଚେତନତା କାର୍ଯ୍ୟକ୍ରମ ସ୍ୱରୂପ ଦିନତମାମ ଏକ ଷ୍ଟଲ ଲଗାଯାଇ ଲୋକଙ୍କୁ ଏଡ୍‌ସ ବିଷୟରେ ଅବଗତ କରାଯାଇଥିଲା । ଆଜିର ଏହି କାର୍ଯ୍ୟକ୍ରମରେ ସ୍ନେହ ଅନୁଷ୍ଠାନର ସହ ସଂଯୋଜିକା ସ୍ୱସ୍ତିକା ଷଡ଼ଙ୍ଗୀଙ୍କ ସହ ଅନ୍ୟ କର୍ମକର୍ତ୍ତାମାନେ ସୁଚାରୁ ରୂପେ କାର୍ଯ୍ୟକ୍ରମକୁ ପରିଚାଳନା କରିଥିଲେ ।

Leave A Reply

Your email address will not be published.