ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଶିଶୁ ଅଧିକାର, ଶିଶୁ ସୁରକ୍ଷା ସମ୍ବନ୍ଧୀୟ ସ୍କୁଲ୍ ସ୍ତରୀୟ ସଚେତନତା ଶିବିର ଧୋବା ଉଚ୍ଚ ବିଦ୍ୟାଳୟ, ହର୍ଡାଟାଲ ଠାରେ ଅନୁଷ୍ଠିତ ହୋଇଯାଇଅଛି । ଏଥିରେ ମୁଖ୍ୟଅତିଥି ଭାବେ ଧୋବା ଉଚ୍ଚ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ମନୋଜ କୁମାର ମିଶ୍ର ଉପସ୍ଥିତ ହୋଇ ଶିଶୁ ମାନଙ୍କର ସୁରକ୍ଷା ପାଇଁ ସରକାର ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛନ୍ତି ସଭାରେ ପ୍ରକାଶ କରି ବିଦ୍ୟାଳୟର ଛାତ୍ରଛାତ୍ରୀମାନଙ୍କୁ ଉଦ୍‌ବୋଧନ ଦେଇଥିଲେ । ଏହି ଅବସରରେ ସମ୍ମାନିତ ଅତିଥି ଭାବେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ତରଫରୁ ଅରୁଣାର ଜିଲ୍ଲା ପରାମର୍ଶଦାତା ପ୍ରମୋଦ ବଗର୍ତ୍ତି କହିଲେ ଅନାଥ ଶିଶୁମାନଙ୍କୁ ଶିକ୍ଷା, ସ୍ୱାସ୍ତ୍ୟ, ପୃଷ୍ଟିକାର ଖାଦ୍ୟ ଓ ସୁରକ୍ଷା ପାଇଁ ମହିଳା ଓ ଶିଶୁ କଲ୍ୟାଣ ବିଭାଗ ତରଫରୁ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ମାଧ୍ୟମରେ ଆର୍ଥିକ ଅନୁଦାନ, ସହାୟତା ପ୍ରଦାନ କରାଯାଉଛି ଏବଂ ଦଶମ ଶ୍ରେଣୀ ଉତ୍ତୀର୍ଣ୍ଣ ହେଲାପରେ ବିଭିନ୍ନ ବୈଷୟିକ ପାଠ ପଢିବା ପାଇଁ ମତ ପ୍ରକାଶ କରିଥିଲେ । କାର୍ଯ୍ୟକ୍ରମରେ ଚାଇଲ୍ଡ ହେଲ୍ପ ଲାଇନର ଜିଲ୍ଲା ପ୍ରକଳ୍ପ ସଂୟୋଜକ ବିକ୍ରମ ପଣ୍ଡା ଉପସ୍ଥିତ ରହି ବିଭିନ୍ନ ସମସ୍ୟାର ସମ୍ମୁଖୀନ ହେଉଥିବା ଶିଶୁମାନଙ୍କର ସମସ୍ୟା ଚାଇଲ୍ଡ ହେଲ୍ପ ଲାଇନ ୧୦୯୮ରେ ଫୋନ କରିବା ପାଇଁ ସମସ୍ତ ଉପସ୍ଥିତ ଥିବା ଛାତ୍ରଛାତ୍ରୀମାନଙ୍କୁ ଜଣାଇଥିଲେ, ଏହି କାର୍ଯ୍ୟକ୍ରମରେ ଶୁଭମ୍ ଜେନା ଉପସ୍ଥିତ ରହି ପରିଶେଷରେ ସମସ୍ତଙ୍କୁ ଧନ୍ୟବାଦ ଅର୍ପଣ କରି ସଭା ଶେଷ କରିଥିଲେ ।

Leave A Reply

Your email address will not be published.