oom

ଉପାନ୍ତ ଅଂଚଳରେ ପ୍ରାଣୀ ସମ୍ପଦ ଚିକିତ୍ସା ଏବଂ ସଚେତନତା ଶିବିର

jsmm

ଅତଲସରା, (କେପିଏନ୍‌ଏସ୍‌) : ଉପାନ୍ତ ଅଂଚଳରେ ପହଁଚିଲା ପ୍ରାଣୀ ଚିକିତ୍ସା ବିଭାଗ । ଚିକିତ୍ସା ସହିତ ଚାଷୀଙ୍କୁ କରିଲା ସଚେତନତା । ସୂଚନା ଅନୁଯାଇ ଆଜି ହରଭଙ୍ଗା ବ୍ଲକ ଉପାନ୍ତ ଅଞ୍ଚଳ କୁସଙ୍ଗ ପଞ୍ଚାୟତ ଅତଲସରା ଗ୍ରାମରେ ପ୍ରାଣୀ ପାଳନ ବିଭାଗ ହରଭଙ୍ଗା ଓ କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ଆନୁକୂଲ୍ୟରେ ପ୍ରାଣୀ ସମ୍ପଦ ଚିକିତ୍ସା ଶିବିର, ପି. ପି. ଆର୍‌. ରୋଗ ନିରାକରଣ ଓ ସଚେତନତା ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ଗୃହ ପାଳିତ ପଶୁଙ୍କୁ ବର୍ଷା ଦିନରେ ହେଉଥିବା ପି. ପି. ଆର୍‌ ଓ ବିଭିନ୍ନ ରୋଗର ଟୀକା କରଣ କରିବା ସହିତ ଚାଷୀଙ୍କୁ ସରକାରଙ୍କ ନୂତନ ପ୍ରଣାଳୀର ଗୃହ ପାଳିତ ପଶୁ ଚାଷ ଯଥା, କୁକୁଡ଼ା ପାଳନ, ଗୋ ପାଳନ, ଛେଳି, ମେଣ୍ଢା ପାଳନ ସହିତ ଛତୁ ଚାଷ ଏବଂ ଚାଷୀଙ୍କୁ ମିଳୁଥିବା ସରକାରୀ ରିହାତି ଉପରେ ଆଲୋଚନା କରିଥିଲେ । ଉକ୍ତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥିଭାବେ ଉପଖଣ୍ଡ ପ୍ରାଣୀ ଚିକିତ୍ସାଧିକାରୀ ଡା. ତପନ କୁମାର ଦ୍ୱିବେଦୀ, ସମ୍ମାନିତ ଅତିଥିଭାବେ ମୁଖ୍ୟ କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ବରିଷ୍ଠ ବୈଜ୍ଞାନିକ -ତପନ କୁମାର ଦାସ, କୃଷି ବିଜ୍ଞାନ କେନ୍ଦ୍ର ବୌଦ୍ଧ ବୈଜ୍ଞାନିକ -ମୟୂରୀ ସର୍ଦାର, ଅନ୍ୟତମ ଅତିଥିଭାବେ ହରଭଙ୍ଗା ବ୍ଲକ ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ବୀରେନ୍ଦ୍ର କୁମାର ପୃଷ୍ଟି, ହରଭଙ୍ଗା ପ୍ରାଣୀ ଚିକିତ୍ସା ଅଧିକାରୀ ଡା. ପ୍ରିୟବ୍ରତ ବେହେରା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସକ ହରଭଙ୍ଗା ଡା. ପ୍ରତିଭା ପାଢ଼ୀ ଉପସ୍ଥିତ ରହି ଚାଷୀଙ୍କୁ ବିଭିନ୍ନ ଚାଷ ଉପରେ ଅବଗତ କରାଇଥିଲେ । ଗ୍ରାମରେ ୨୦୦ରୁ ଅଧିକ ଗୃହ ପାଳିତ ପଶୁଙ୍କୁ ଟୀକାକରଣ ପରେ ରୋଗ ନିରାକରଣ ଔଷଧ ଚାଷୀଙ୍କୁ ବଣ୍ଟନ କରିଥିଲେ ।

jittmm
Leave A Reply

Your email address will not be published.