ppurohit

ଗଞ୍ଜାମ ଥାନା ପକ୍ଷରୁ ସଚେତନତା କାର୍ଯ୍ୟକ୍ରମ

2nd

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ଅଧିକାରୀ ସୁମିତ୍ରା ପାତ୍ରଙ୍କ ସଭାପତିତ୍ୱରେ ଗଞ୍ଜାମ ପୋଲିସ ପକ୍ଷରୁ ନୂତନ ଅପରାଧିକ ୨୦୨୩ କାର୍ଯ୍ୟକାରୀତା ନେଇ ଜନ ସଚେତନତା କାର୍ଯ୍ୟକ୍ରମ ଥାନା ପରିସରରେ ଅନୁଷ୍ଠିତ ହୋଇଯାଇଛି । ଆୟୋଜିତ କାର୍ଯ୍ୟକ୍ରମରେ ଭାରତୀୟ ନ୍ୟାୟ ସଂହିତା, ଭାରତୀୟ ନାଗରିକ ସୁରକ୍ଷା ସଂହିତା ଭାରତୀୟ ସାକ୍ଷ୍ ଅଧିନିୟମ ସମ୍ପର୍କରେ ଥାନା ଅଧିକାରୀ ଶ୍ରୀମତୀ ପାତ୍ର ବିସ୍ତୃତ ଭାବେ ବୁଝାଇଥିଲେ । ପ୍ରତ୍ୟେକ ପିଡ଼ିତଙ୍କୁ ସୁନିଶ୍ଚିତ ନ୍ୟାୟ ମହିଳା ଏବଂ ଶିଶୁଙ୍କ ସୁରକ୍ଷାକୁ ପ୍ରଧାନ୍ୟ, ତ୍ୱରିତ ନ୍ୟାୟ ପାଇଁ ସଠିକ୍‌ ସମୟରେ ମାମଲାର ବିଚାର, ଅନ ଲାଇନ ଅଭିଯୋଗର ସୁବିଧା, ଡିଜିଟାଲ ପ୍ରମାଣର ବ୍ୟବହାର, ମଚ ଲିଥିଙ୍ଗ ଏବଂ ସଂଗଠିତ ଅପରାଧ ଇତ୍ୟାଦି ଅପରାଧିକ ଆଇନର ଅନ୍ତର୍ଭୁକ୍ତ, ସ୍ୱଷ୍ଟ ଓ ସ୍ଵଛ ଅନୁସନ୍ଧନ ସାକ୍ଷୀର ବିବୃତି ଏବଂ ଯାଞ୍ଚର ଭିଡିଓ ଓ ଅଡିଓ ରେକର୍ଡିଙ୍ଗ ସମ୍ଭନ୍ଧରେ ସଚେତନତା କରାଯାଇଥିଲା । ଏସ୍‌ଆଇ ଅନିରୁଦ୍ଧ ସ୍ୱାଇଁ, ଏଏସ୍‌ଆଇ ସୁପ୍ରଭା ସାହୁ ଓ ଜି. ଅନନ୍ତ ରାଓ ମଞ୍ଚସୀନ ରହିଥିଲ । ଗଞ୍ଜାମ ପୋଲିସ ଅଧିନସ୍ତ ଗଞ୍ଜାମ ସହରାଞ୍ଚଳ ଓ ଗ୍ରାମାଞ୍ଚଳର ବହୁ ବୁଦ୍ଧିଜୀବୀ ଉପସ୍ଥିତ ରହିଥିଲେ ।

Leave A Reply

Your email address will not be published.