oom

ଲୋକକଳାକୁ ଉଦ୍‌ଜୀବିତ କରିପାରିଛି ସଚେତନ ହେମାର ମାରଜିନାଲ୍‌ଇଜ୍‌ ଲୋକନାଟ୍ୟ ମହୋତ୍ସବ

jsmm

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ସଚେତନ ହେମା ଢୋଲବନ୍ଧ ଦ୍ୱାରା ଓ ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ଆୟୋଜିତ ମାର୍ଜିନା ଫୋକ ଥିଏଟର୍‌ ମହୋତ୍ସବରେ ପ୍ରଥମ ସନ୍ଧ୍ୟାରେ ଅତିଥି ଭାବରେ ସଂଗୀତ ନାଟକ ଏକାଡେମୀ ପୁରସ୍କୃତ କଳାକାର ଆନନ୍ଦ ବାଗ, ରାଜେଶ ବହିଦାର, ଜିତେନ୍ଦ୍ରିୟ ସାହୁ, ଘନଶ୍ୟାମ ଭୋଇ, ନାଟ୍ୟକାର ରାଜକୁମାର ସାହୁ ମଂଚାସୀନ ଥିଲେ । ଅତିଥି ଆନନ୍ଦ ବାଗ ମହୋତ୍ସବର ପ୍ରଶଂସା କରିବା ସହ ଲୋକକଳାକୁ ଉଦ୍‌ଜୀବିତ କରିବାରେ ସହାୟ ହେଉଛି ବୋଲି କହିଥିବା ବେଳେ ନାଟ୍ୟକାର ରାଜକୁମାର ସାହୁ ଅନୁଷ୍ଠାନଟି ସମାଜରେ ଲୁଚି ଯାଉଥିବା ନାଟ୍ୟକଳାର ସଂରକ୍ଷଣ ପ୍ରତି ଅନୁଷ୍ଠାନର ପ୍ରଚେଷ୍ଟା ବଖାଣିବା ସହ ଜଣେ ସାଧାରଣ ମଣିଷ ହିଁ କୌଣସି କଳାକୁ ବଞ୍ଚାଇ ରଖେ ବୋଲି ଦର୍ଶକଙ୍କୁ ଉତ୍ସାହିତ କରିଥିଲେ । ବଜରଙ୍ଗବଳୀ କଲାପରିଷଦ ବିଶିପାଲିର କଳାକାରମାନେ କୀର୍ତ୍ତନ୍ୟାମୃତ ପରିବେଷଣ କରିଥିଲେ । ଗାୟିକା ସ୍ୱପ୍ନେଶ୍ଵରୀ ସାହୁ ଓ ଆଲିଶା ସାହୁଙ୍କ ଯୋଡିକୁ ଦର୍ଶକମାନେ ଖୁବ ପସନ୍ଦ କରିଥିଲେ । ଦଳମୁଖ୍ୟ କୁଳମଣି ସାହୁ ଏବଂ ଗାୟକ ଓ ବାଦକଙ୍କୁ ସମ୍ମାନିତ କରାଯାଇଥିଲା । ଦୀର୍ଘ ଚାରିଦିନ ଧରି ହେବାକୁ ଥିବ । ଏହି ମହୋତ୍ସବକୁ ପ୍ରଥମ ଦିନ ବୈଶାଖୁ ମେହେର ଉଦ୍‌ଘୋଷଣା କରିଥିବା ବେଳେ ଧର୍ମେନ୍ଦ୍ର ସାହୁ, ମହେନ୍ଦ୍ର ସାହୁ, ତାରାକାନ୍ତ ସାହୁ, କୁଳମଣି ପସାୟତ, ଲାଲସାହେବ ସାହୁ, ସଂଜୀବ ସାହୁ, ରସିକ ବରିହା, କଳ୍ପ ସାହୁ, ପଲଟନ ମହାକୁଡ଼, ପ୍ରଦୀପ ମହାପାତ୍ର, ରଞ୍ଜାଳ ବାଗ, ଜ୍ୟୋତି ସାହୁ, ଚାନ୍ଦିନୀ ସାହୁ, ନନ୍ଦିନୀ ସାହୁ, ବେଣୁଧର ସାହୁ ପ୍ରମୁଖ କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ । ଦ୍ଵିତୀୟ ସନ୍ଧ୍ୟାରେ ଲଷ୍ମୀପୂରାଣ ଓ ଡାଲଖାଇ ନୃତ୍ୟ ପରିବେଷଣ ହେବ ବୋଲି ସଂଯୋଜକ କୁଳମଣି ପଶୟତଙ୍କ ମୁଖରୁ ପ୍ରକାଶ ।

jittmm
Leave A Reply

Your email address will not be published.