ସଚେତନ ହେମା ଅନୁଷ୍ଠାନର ମାର୍ଜିନାଲାଇଜ ଫୋକ୍‌ ଥିଏଟର ମହୋତ୍ସବ ଆରମ୍ଭ

ପଦ୍ମପୁର, (ନିରୋଜ କୁମାର ପାଣୀ) : ସଚେତନ ହେମା ଢୋଲବନ୍ଧ ଅନୁଷ୍ଠାନ ଦ୍ୱାରା ଆୟୋଜିତ ମାର୍ଜିନାଲାଇଜ ଫୋକ୍‌ ଥିଏଟର ମହୋତ୍ସବ କାଲିଠାରୁ ଆରମ୍ଭ ହେବ । ଦୀର୍ଘ ଚାରି ଦିନ ଧରି ହେବାକୁ ଥିବା ଗ୍ରାମୀଣ ପରିବେଶରେ ବଜରଙ୍ଗବଳି କଳା ପରିଷଦ ଦ୍ୱାରା କୀର୍ତ୍ତନ୍ୟାମୃତ, ଆନନ୍ଦ ବାଗ ଓ ସାଥି ଲକ୍ଷ୍ମୀପୁରାଣ, ରସିକ ସାହୁ ସଂଚାର, ମଣି ଛତର ସଂଚାର, ଗୌନ୍ତିଆ ପାଲାପାଟି ଜଡାଗଞ୍ଜା, କରମସାନି, ଡାଲଖାଇ ନୃତ୍ୟ, ନାଟକ ଆଦି ପରିବେଷିତ ହେବ । ଲୋକକଳା ତଥା ବିଭିନ୍ନ ଦିଗରେ ଉତ୍କର୍ଷତା ଲାଭ କରିଥିବା ୫ ଜଣକୁ ସମ୍ବର୍ଦ୍ଧିତ କରିବା ସହିତ ଲୋକକଳା ସଂରକ୍ଷଣ ଉପରେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହେବ । ସଂସ୍କୃତି ବିଭାଗ ଭାରତ ସରକାରଙ୍କ ସହଯୋଗରେ ହେଉଥିବା ଏହି ଅଭିନବ କାର୍ଯ୍ୟକ୍ରମରେ କେଶରଞ୍ଜନ ପଧାନ ଓ ଅଶୋକ କୁମାର ବହିଦାର ଉପଦେଷ୍ଟା ଥିବା ବେଳେ କୁଳମଣି ପଶାୟତ ଓ ଘନଶ୍ୟାମ ଭୋଇ ସଂଯୋଜକ ଅଛନ୍ତି । ଭଲ ପ୍ରଦର୍ଶନ କରୁଥିବା ଓ ଲୋକଲୋଚନକୁ ଆସିପାରୁ ନଥିବା ଦଳଙ୍କୁ ଏ ବର୍ଷ ନିମନ୍ତ୍ରିତ କରାଯାଇଥିବା ବେଳେ ସହଯୋଗର ହାତ ବଢ଼ାଇ ମହୋତ୍ସବକୁ ସଫଳ କରିବାକୁ ନିବେଦନ କରିଛନ୍ତି ଅନୁଷ୍ଠାନର ମୁଖ୍ୟ ନାଟ୍ୟକାର ରାଜକୁମାର ସାହୁ ।

Leave A Reply

Your email address will not be published.