oom

ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ

jsmm

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଡୁମାଳ ସମାଜ ଏବଂ ମା ମାହେଶ୍ୱରୀ ସେନା ଆନୁକୁଲ୍ୟରେ ବଲାଙ୍ଗିର ସାମ୍ବାଦିକ ଭବନ ଠାରେ ସ୍ୱାସ୍ଥ୍ୟ ଓ ସମ୍ପଦ ଉପରେ ଏକ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବୈଦ୍ୟ ସିରୋମଣି ଝସକେତନ ଗୁରୁ ଆୟୁର୍ବେଦ ଦ୍ୱାରା ସମସ୍ତ ରୋଗର କିପରି ସଫଳ ଚିକିତ୍ସା ସମ୍ଭବ ତା ଉପରେ ଆଲୋକପାତ କରିଥିଲେ । ମଧୁମେହ ରୋଗକୁ କିଭଳି ଭାବେ ଠିକ୍‌ କରାଯାଇ ସୁସ୍ଥ ଜୀବନଯାପନ କରି ହେବ ସେ ଉପରେ ସୂଚନା ପପ୍ରଦାନ କରିଥିଲେ । ସଚେତନା କାର୍ଯ୍ୟକ୍ରମକୁ ବଲାଙ୍ଗିର ସହରାଂଚଳ ସଭାପତି ସଞ୍ଜୟ କୁମାର ମହାକୁଡ ପରିଚାଳନା କରିଥିବା ବେଳେ ବଲାଙ୍ଗିର ଜିଲ୍ଲା ସମ୍ପାଦକ ଭୃଷୁବ ଦନ୍ତା, ଶରତ ମହାକୁର, ଲଛମନ ମହାକୁର, ଶଙ୍କରର୍ଷଣ ଭୋଇ, ସୁବଳ ଖମାରି, ଅଶୋକ ମହାକୁର, ନାରାୟଣ କର୍ମୀ ପ୍ରମୁଖ ସହଯୋଗ କରିଥିଲେ । ଆଗାମୀ ଦିନରେ ଏହି ସଚେତନତା କାର୍ଯ୍ୟକ୍ରମକୁ ବିଭିନ୍ନ ସ୍ଥାନରେ ଆୟୋଜନ କରି ଲୋକଙ୍କୁ ସଚେତନ କରିବାକୁ ନିଷ୍ପତ୍ତି ଗ୍ରହଣ କରାଗଲା ।

jittmm
Leave A Reply

Your email address will not be published.