centurian jitm

ସରକାରୀ ଆଇଟିଆଇରେ ଇ -ୱେଷ୍ଟ ସମ୍ପର୍କିତ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ସରକାରୀ ଆଇଟିଆଇ ସଭା ଗୃହରେ ଅଧ୍ୟକ୍ଷ ଇଂ ଡମାନ ସୋରେନଙ୍କ ତତ୍ତ୍ଵାବଧାନରେ ଇ -ୱେଷ୍ଟ ମେନେଜମେଣ୍ଟ ସମ୍ପର୍କିତ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ‘ହୁଲ୍ଲାଡ଼େକ ରିସାଇକ୍ଲିଙ୍ଗ ପ୍ରାଇଭେଟ ଲିମିଟେଡ଼’ ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ ବହୁ ସଂଖ୍ୟରେ ଅଧ୍ୟାପକ ଅଧ୍ୟାପିକା ଏବଂ ଛାତ୍ରଛାତ୍ରୀମାନେ ଉପସ୍ଥିତ ଥିଲେ । ମୁଖ୍ୟଅତିଥି ଭାବେ ରାଜ୍ୟ ପ୍ରଦୂଷଣ ନିୟନ୍ତ୍ରଣ ବୋର୍ଡ, ରାଉରକେଲା ଆଞ୍ଚଳିକ ଶାଖାର ସହକାରୀ ପରିବେଶ ଯନ୍ତ୍ରୀ ଇଂ. ପ୍ରିତମ କୁମାର ପତି ଯୋଗ ଦେଇଥିଲେ । ମୁଖ୍ୟ ଵକ୍ତା ଭାବେ ବୟୋତେଜ ଏଗ୍ରିନୋଭେଷନ ପ୍ରାଇଭେଟ ଲିମିଟେଡ଼ର ଫାଉଣ୍ଡର ତଥା ନିର୍ଦ୍ଦେଶିକା ଡଃ ସୀତାରଶ୍ମି ସାହୁ ଯୋଗଦାନ କରି ଆଲୋଚ୍ୟ ବିଷୟ ଉପରେ ପିପିଟି ଉପସ୍ଥାପନା କରିଥିଲେ । ଉପାଧ୍ୟକ୍ଷ ଉତ୍ତମ କୁମାର ପଟ୍ଟନାୟକ ସଭାପତିତ୍ୱ କରିଥିଲେ । ସମ୍ମାନିତ ଅତିଥି ଭାବେ ଏସପିସିବିର ସହକାରୀ ପରିବେଶ ବୈଜ୍ଞାନିକ ପ୍ରଜ୍ଞା ଜ୍ୟୋତି ସେନାପତି ଓ ହୁଳଡ଼େକ କମ୍ପାନୀର ରାଉରକେଲା ଆଞ୍ଚଳିକ ମୁଖ୍ୟ ଗୌତମ ଜୟସ୍ୱାଲ ମଞ୍ଚାସିନ ଥିଲେ । ଆବାହକ ଭାବେ ୱାଇଏମଏଫଆଇର ସାଧାରଣ ସମ୍ପାଦକ ବିବେକାନନ୍ଦ ଦାସ କାର୍ଯ୍ୟକ୍ରମର ଆଭିମୁଖ୍ୟ ଓ ଉଦ୍ଦେଶ୍ୟ ସମ୍ପର୍କରେ ଆଲୋକପାତ କରିବା ସହ ଅତିଥିମାନଙ୍କ ପରିଚୟ ପ୍ରଦାନ କରିଥିଲେ । କେମିକାଲ ବିଭାଗ ଅଧ୍ୟାପକ ଦେବାଶିଷ ମହାନ୍ତି ସ୍ୱାଗତ ଭାଷଣ ଦେଇଥିଲେ । ଅତିଥି ମାନେ ଆଲୋଚ୍ୟ ବିଷୟ ସମ୍ପର୍କୟରେ ବିଭିନ୍ନ ଦିଗରୁ ଆଲୋଚନା କରି ଇ – ୱେଷ୍ଟ ହ୍ରାସ, ପୁନଃ ବିନିଯୋଗ ଓ ବ୍ୟବହାର ଉପରେ ଗୁରୁତ୍ୱ ପ୍ରଦାନ କରିଥିଲେ । ଆମ ଜୀବନଶୈଳୀ ଓ ମାନସିକତାର ପରିବର୍ତ୍ତନ ଦ୍ୱାରା ହିଁ ବିଭିନ୍ନ ବର୍ଜ୍ୟ ବସ୍ତୁର ସୁପରିଚାଳନା ସମ୍ଭବ ହୋଇପାରିବ ବୋଲି ମତ ଦେଇଥିଲେ ।

Leave A Reply

Your email address will not be published.