ଚାନ୍ଦଳି ସଂରକ୍ଷିତ ଜଙ୍ଗଲ ହେଲା ସବୁଜିମା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲାଠୋର ବନାଞ୍ଚଳ ବିଭାଗ ପକ୍ଷରୁ ୨୦୨୨-୨୩ ଆର୍ଥିକ ବର୍ଷରେ ଟଙ୍କପାଣି ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ବୁଢାଛପର ଗ୍ରାମ ଠାରେ ଥିବା ଚାନ୍ଦଳି ସଂରକ୍ଷିତ ଜଙ୍ଗଲରେ ପ୍ରାୟ ୨୫ ହଜାର ଚାରା ରୋପଣ କରାଯାଇଥିଲା । ରେଞ୍ଜର ପ୍ରଭାତି ସେଠ, ଫରେଷ୍ଟର ସାଗରିକା ସେଠ, ବିଡଗାର୍ଡ ଇନ୍ଦ୍ରମଣୀ ବେହେରା ଓ ଟଙ୍କପାଣି ବୁଢାଛପର ଗ୍ରାମବାସୀଙ୍କ ସହଯୋଗରେ ପ୍ରାୟ ୫ ମାସ ପରେ ଉକ୍ତ ଚାରା ଗୁଡିକ ଗଛରେ ପରିଣତ ହେଲାଣି । ଅନ୍ୟପକ୍ଷରେ ଅଞ୍ଚଳର ଶ୍ରମିକମାନେ କାମ ଧନ୍ଦା ପାଇଁ ଆର୍ଥିକ ଉନ୍ନତି ହୋଇଥିବା ମୁନିରାମ ଶାଷ୍ଢ, ସାନ ସୁନାରୀ, ପଦମନ ନାଗ, ଜଳଧର ବାଗ ଆଦି ପ୍ରକାଶ କରନ୍ତି ।

Leave A Reply

Your email address will not be published.